ବାଂଲାଦେଶର ପୂର୍ବତନ ପ୍ରଧାମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବଢିଚାଲିଛି । ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ବ୍ୟାପକ ଛାତ୍ର ଆନ୍ଦୋଳନ ସମୟରେ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଗିରଫ ପରଓ୍ବାନା ଜାରି କରିଛନ୍ତି । ଏହି ମାମଲାରେ ଅନ୍ୟ 45 ଜଣ ଆଓ୍ବାମୀ ଲିଗ ନେତାଙ୍କ ବିରୋଧରେ ଓ୍ବରେଣ୍ଟି ଜାରି କରାଯାଇଥିବାରୁ ହାସିନାଙ୍କ ଶିବିରରେ ଆତଙ୍କ ଖେଳିଯାଇଛି । ମୁଖ୍ୟ ବିଚାରପତି ମହମ୍ମଦ ଗୁଲାମ ମୁର୍ତ୍ତଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟ ପ୍ରସିକ୍ୟୁସନ ପକ୍ଷରୁ ଦୁଇଟି ପିଟିସନ ଦାଖଲ କରାଯିବା ସହ ସେମାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିବାକୁ ଆବେଦନ କରାଯାଇଥିଲା ।
ଅନ୍ତର୍ଜାତୀୟ ଅପରାଧ ଟ୍ରିବୁନାଲ ହସିନାଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କୁ ନଭେମ୍ବର ୧୮ ସୁଦ୍ଧା ଅନ୍ୟ ୪୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ଟ୍ରିବୁନାଲ ହସିନାଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କୁ ନଭେମ୍ବର ୧୮ ସୁଦ୍ଧା ଅନ୍ୟ ୪୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ମାସରେ ବାଂଲାଦେଶର ଅନ୍ତରୀଣ ସରକାର କହିଥିଲେ ଯେ ହସିନାଙ୍କ ନେତୃତ୍ବାଧୀନ ସରକାରଙ୍କ ବିରୋଧରେ ନିକଟରେ ବ୍ୟାପକ ଛାତ୍ର ଆନ୍ଦୋଳନ ସମୟରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ଅନ୍ତର୍ଜାତୀୟ ଅପରାଧିକ ମାମଲା ରୁଜୁ କରାଯିବ।