ଭାରତର କଡ଼ା ଆାଭିମୁଖ୍ୟ ପରେ ନରମିଲା କାନାଡ଼ା । ଜଷ୍ଟିନ ଟ୍ରୁଡ଼ୋଙ୍କ ସ୍ପଷ୍ଟୀକରଣ ପ୍ରମାଣ ନୁହେଁ ଗୁଇନ୍ଦ୍ର ସୂଚନା ଆଧାରରେ ଭାରତ ଉପରେ ଆସିଥିଲା ଅଭିଯୋଗ । ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବଢୁଥିବା ବିବାଦରେ ଏହା ସାମୟିକ ରୋକ ଆଣିବ ବୋଲି କୁହାଯାଉଛି । ସେପଟେ ଭାରତ କାନାଡ଼ା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିବାବେଳେ ଏବେ କାନାଡ଼ାକୁ ସମର୍ଥନ ଜଣାଇଛି ଆମେରିକା । ମାମଲାକୁ ନେଇ ଆମେରିକା କହିଛି ଭାରତ ଉପରେ କାନାଡ଼ ଯେଉଁ ଅଭିଯୋଗ ଆଣିଛି ତାହା ବେଶ ଚିନ୍ତାଜନକ । ଏଥିସହ ଆମେରିକା କହିଛି ତଦନ୍ତରେ ଭାରତ ସହଯୋଗ କରୁନି । ଗତବର୍ଷଠୁ କାନାଡା ନିଜ୍ଜର ହତ୍ୟା ଘଟଣା ପାଇଁ ଭାରତକୁ ଦାୟୀ କରିଆସୁଛି । ସେହି ସମୟରେ ହିଁ କାନାଡା ସମର୍ଥନରେ ବାହାରିଥିଲା ଆମେରିକା । ଗତ ୨ବର୍ଷ ମଧ୍ୟରେ ୬ଜଣ ଖଲିସ୍ତାନୀ ଆତଙ୍କୀଙ୍କୁ ହତ୍ୟା କରାଯାଇଛି । ରିପୁଦମନ ସିଂ, ଅମରପ୍ରୀତ ଶର୍ମା, ହରଦୀପ ସଂ ନିଜ୍ଜର, କରଣବୀର ସିଂ ଗରଚା, ସୁଖା ଦୁନେକ ଓ ହରପ୍ରୀତ ସିର ହତ୍ୟା କରାଯାଇଛି ।