ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡ଼ ଖବର । ଆସନ୍ତା 18 ତାରିଖରୁ ଶ୍ରୀମନ୍ଦିରର ଦୁଇ ଦ୍ବାର ଦେଇ ପ୍ରବେଶ କରିବେ ଭକ୍ତ । ତେବେ କାର୍ତିକ ମାସରେ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡ଼ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କାର୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନରେ ଏହି ସବୁ ଶୃଙ୍ଖଳା ଗ୍ରହଣ କରାଯାଇଛି । ଆସନ୍ତା ଅକ୍ଟୋବର 18 ତାରିଖରୁ କେବଳ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ପ୍ରବେଶ ଅନୁମତି ଦିଆଯିବ । ଶ୍ରଦ୍ଧାଳୁମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ 3 ଦ୍ବାରରେ ପ୍ରସ୍ଥାନ କରିପାରରିବେ । ସିଂହଦ୍ବାରରେ ଭକ୍ତଙ୍କ ପ୍ରସ୍ଥାନକୁ ସମ୍ପୂଣ୍ଣ ବାରଣ କରାଯାଇଛି । ତେବେ ଶ୍ରୀମନ୍ଦିର ସେବକ ଓ ଓ ସେବକ ପରିବାର ସଦସ୍ୟଙ୍କ ପାଇଁ ଏହି ନିୟମ କାର୍ୟ୍ୟକାରୀ ହେବ ନାହିଁ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ସରକାର ବଦଳିବା ପରେ ମୋହନ ମାଝୀ ସରକାର ପୁରୀ ଶ୍ରୀମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ । ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲିଥିଲେ ମୋହନ ସରକାର ।