ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି।
କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତି । କଳା ଓ ଧଳା ସୋରିଷ ପାଇଁ ଏମଏସପିରେ ସର୍ବାଧିକ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମସୁର ଏମଏସପି କ୍ୱିଣ୍ଟାଲ ପିଛା ୨୭୫ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି । ଚଣା, ଗହମ, କୁସୁମ ଓ ଯଅ ପାଇଁ କ୍ୱିଣ୍ଟାଲ ପିଛା ଏମଏସପି ଯଥାକ୍ରମେ ୨୧୦ ଟଙ୍କା, ୧୫୦ ଟଙ୍କା, ୧୪୦ ଟଙ୍କା ଓ ୧୩୦ ଟଙ୍କା ବୃଦ୍ଧି କରାଯାଇଛି ।
କେନ୍ଦ୍ର ସରକାର ବୁଧବାର ଦିନ 6 ଟି ରବି ଫସଲ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ସରକାର ଗହମର ମୂଲ୍ୟ ଉପରେ କୁଇଣ୍ଟାଲ ପ୍ରତି 150 ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ ଗହମର ସରକାରୀ ମୂଲ୍ୟ 2425 ଟଙ୍କାରେ ପହଞ୍ଚିଛି । ଜ , ଚଣା ,ମସୁର, ସୋରିଶ , କୁସୁମ ଆଦି ଫସଲ ଉପରେ ମଧ୍ୟ ସରକାର ଦରବୃଦ୍ଧି କରିଛନ୍ତି ।
ପ୍ରଥମେ ଗହମ କୁଇଣ୍ଟାଲ ପ୍ରତି 2275 ଟଙ୍କା ଥିଲା ଚଣା ଉପରେ 210 ଟଙ୍କା କୁଇଣ୍ଟାଲ ପ୍ରତି ବୃଦ୍ଧି କରିଛନ୍ତି । ଫଳରେ ଚଣାର ମୂଲ୍ୟ କୁଇଣ୍ଟାଲ ପ୍ରତି 5650 ଟଙ୍କାରେ ପହଂଚିଛି । ସେହିଭଳି ମସୁର ଡ଼ାଲି କୁଇଣ୍ଟାଲ ଉପରେ ସରକାର 275 ଟଙ୍କା ବୃଦ୍ଧି କରିଛନ୍ତି । ଏବେ ମସୁରଡ଼ାଲିକୁ ଚାଷୀ କୁଇଣ୍ଟାଲ ପ୍ରତି 6700 ଟଙ୍କାରେ ବିକି କରିବେ । ସୋରିଶ କୁଇଣ୍ଟାଲ ଉପରେ ସରକାର ୩୦୦ ଟଙ୍କା ବୃଦ୍ଧି କରିଛନ୍ତି । ଏବେ ସୋରିସ ଚାଷୀ ୫୯୫୦ ଟଙ୍କାରେ ବିକ୍ରି କରିବେ । କୁସୁମ ଉପରେ ସରକାର ସରକାର ୧୪୦ ଟଙ୍କା ବୃଦ୍ଧି କରିବା ଫଳରେ ଚାଷୀମାନେ ଏବେ କୁସୁମ କୁଇଣ୍ଟାଲ ପ୍ରତି ୫୯୪୦ ଟଙ୍କାରେ ବିକ୍ରି କରିବେ ।
କେନ୍ଦ୍ର ବଜେଟ ୨୦୧୮-୧୯ ଘୋଷଣା ଅନୁଯାୟୀ, ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଅନୁସରଣ କରି, ବିପଣନ ଋତୁ ୨୦୨୫-୨୬ ପାଇଁ ବାଧ୍ୟତାମୂଳକ ରବି ଫସଲଗୁଡ଼ିକ ଏମଏସପି ବୃଦ୍ଧି କରାଯାଇଛି । ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ପ୍ରତ୍ୟାଶିତ ଅନ୍ତର ଗହମ ପାଇଁ ୧୦୫ ପ୍ରତିଶତ ଥିବା ବେଳେ କଳା ଓ ଧଳା ସୋରିଷ ପାଇଁ ୯୮ ପ୍ରତିଶତ; ଡାଲି ପାଇଁ ୮୯ ପ୍ରତିଶତ; ଚଣା ପାଇଁ ୬୦ ପ୍ରତିଶତ; ଯଅ ପାଇଁ ୬୦ ପ୍ରତିଶତ; ଏବଂ କୁସୁମ ପାଇଁ ୫୦ ପ୍ରତିଶତ ହେବ। ରବି ଫସଲର ଏହି ବର୍ଦ୍ଧିତ ଏମଏସପି କୃଷକମାନଙ୍କ ପାଇଁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବ ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବ ।