ଗଞ୍ଜାମ ବିଜେଡ଼ିରେ ହଲଚଲ । ଆସ୍କା ବିଜେଡି ଏମପି ପ୍ରାର୍ଥୀ ହୋଇଥିବା ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ । ସେ କହିଛନ୍ତି ଏମପି ପ୍ରାର୍ଥୀ ରଂଜିତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି । ବିଜେଡି ହାରିବାର କାରଣ ତାଙ୍କ ଉପରେ ଦୋଷ ଲଦିଛନ୍ତି
ସେ ଆହୁରି କହିଛନ୍ତି ରଂଜିତା ଭାଜପା ସହ ହାତ ମିଳାଇ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି । ମୋତେ ହରାଇବାକୁ ସେ ପ୍ଳାନ କରିଥିଲେ । ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆମ ହାତରୁ ଆସିକା ସିଟ ଚାଲିଗଲା । ବିଭୀଷଣ ସାଜି ଦଳବିରୋଧୀ କାମ କରିଥିବା ପ୍ରମାଣ ରହିଛି । ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି ବୋଲି ଲତିକା କହିଛନ୍ତି ।
ଅନ୍ୟପଟେ ଲତିକା ପ୍ରଧାନଙ୍କ ଆରୋପ ନେଇ ରଂଜିତା ସାହୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ସେଭଳି କିଛି ନାହିଁ । ଦଳ ଭିତରେ କଥା ସୁପ୍ରିମୋଙ୍କୁ ଜଣାଇବୁ । ଭାଜପା ସହ ମିଶିଥିବା ଆରୋପକୁ ଖଣ୍ଡନ କରିଛନ୍ତି ରଂଜିତା । ମୁଁ ବିଜେଡ଼ି ସଦସ୍ୟ ବିଜେଡ଼ିର ପ୍ରାର୍ଥୀ ଥିଲି । ଏଭଳି ଆରୋପ ଠିକ ନୁହେଁ । ଦଳ କିଭଳି ସୁଦୃଢ ହେବ ଆମେ କାମ କରୁଛୁ ବୋଲି ରଂଜିତା କହିଛନ୍ତି ।