ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି । ଓମାର ଅବଦୁଲ୍ଲା ଇଣ୍ଟରନ୍ୟାସନାଲ କନଭେନଶନ ସେଣ୍ଟରରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଜମ୍ମୁ କଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲା ଏବଂ ଅନ୍ୟ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ ।
ସୂଚନାଯୋଗ୍ୟ ଦୀର୍ଘ 10 ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅକ୍ଟୋବର 8 ରେ ଫଳାଫଳ ଘୋଷଣା ହୋଇଥିବାବେଳେ ଜମ୍ମୁ କଶ୍ମୀରରେ 90 ଟି ବିଧାନଭସା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ଶପଥ ନେବା ପୂର୍ବରୁ ଓମାର ଅବଦୁଲ୍ଲା ତାଙ୍କ ଜେଜେବାପା ସ୍ବର୍ଗତ ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓମାର ଅବଦୁଲ୍ଲା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ହେଲେ ଇଣ୍ଡି ମେଣ୍ଟର ଅନେକ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ।