ଓ୍ବାୟନାଡ଼ରୁ ସାଂସଦ ପ୍ରାର୍ଥୀ ଭାବେ ଲଢିବେ ପ୍ରିୟଙ୍କା ଗାନ୍ଧି । ଭାଇ ରାହୁଲ ଏଠାରୁ ଜିତିଥିଲେ । ଏହି ଆସନ ଛାଡିବା ପରେ ଏଠାରୁ ଦଳ ତାଙ୍କୁ ଟିକେଟ ଦେଇଛି । ତେବେ ସେ ଯଦି ଜିତନ୍ତି ତେବେ ତାଙ୍କ ମା, ଭାଇ ସହ ସେ ବି ସାଂସଦ ହେବେ ।
ଟିକେଟ ଘୋଷଣାକୁ ନେଇ ଏବେ କଂଗ୍ରେସର ବଡ଼ ଘୋଷଣା କରିଛି । ଏହି ଆସନ କଂଗ୍ରେସ କାହାକୁ ଦେବ ସେ ନେଇ ଚର୍ଚା ହେଉଥିଲା । କେରଳର ଓ୍ବାୟନାଡ଼ ଲୋକସଭା ଆସନରୁ ଉପନିର୍ବାଚନ ଲଢିବେ ପ୍ରିୟଙ୍କା । ଏନେଇ କଂଗ୍ରେସ ଦଳ ଏକ ବଡ଼ ଘୋଷଣା କରିଛି ।
ଆଗାମୀ ଉପନିର୍ବାଚନ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହେବେ । ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏହି ଘୋଷଣା କରାଯାଇଛି । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଇଁ ଏହି ଆସନ ଜିତିବା ଗୁରୁତ୍ବପୂଣ୍ଣ । କାରଣ ତାଙ୍କ ଭାଇ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୂର୍ବରୁ ଏହି ଆସନରୁ ଦୁଇ ଥର ବିଜୟୀ ହୋଇଛନ୍ତି । 2024 ଲୋକସଭା ନିର୍ବାଚନରେ ରାହୁଲ ଉଭୟ ଓ୍ବାୟନାଡ଼ ଏବଂ ରାଏବରେଲି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ଉଭୟରେ ବିଜୟୀ ହୋଇଥିଲେ । କିନ୍ତୁ ନିୟମ ଅନୁଯାୟୀ ତାଙ୍କୁ ପରେ ଗୋଟିଏ ସିଟ ଖାଲି କରିବାକୁ ପଡ଼ିଥିଲା । ତେଣୁ ସେ ଓ୍ବାୟନାଡ଼ ଆସନ ଛାଡ଼ି ରାଏବରିଲିରୁ ସାଂସଦ ପଦରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।
ନିର୍ବାଚନ କମିଶନ ଗତକାଲି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ୨ଟି ଲୋକସଭା ଆସନ (ୱାୟନାଡ୍ ଓ ନାଣ୍ଡେଡ୍) ପାଇଁ ଉପନିର୍ବାଚନ ତାରିଖ ବି ଘୋଷଣା କରିଛନ୍ତି । ଉଭୟ ଆସନରେ ୧୩ ତାରିଖରେ ଭୋଟ ଗ୍ରହଣ ହେବ ।