ବିରାଜିବେ ମା ଲକ୍ଷ୍ମୀ ଆଜି ମା ଗଜଲକ୍ଷ୍ମୀଙ୍କ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଢେଙ୍କାନାଳ ସହର । ଆଜିଠାରୁ 11 ଦିନ ପର୍ଯ୍ୟନ୍ତ ଢେଙ୍କାନାଳରେ ଚାଲିବ ପ୍ରସିଦ୍ଧ ଲକ୍ଷ୍ମୀପୂଜା । ସହରରେ 38 ଟି ମଣ୍ଡପରେ ମା ପୂଜା ପାଇବେ । ସନ୍ଧ୍ୟା 8 ଟାରୁ ରାତି 12 ଟା ଭିତରେ ସବୁ ମଣ୍ଡପରେ ପୂଜା ପାଠ ଆରମ୍ଭ ହେବ । ପାରମ୍ପରିକ ରୀତିରେ ଘଟକଳସ ଯାତ୍ରା ପରେ ଆରମ୍ଭ ହେବ ମା‘ଙ୍କ ପୂଜା । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ପାଗ ଅନୁକୂଳ ଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ଅନୁମାନ କରାଯାଉଛି । ତା ପୂର୍ବରୁ ସମସ୍ତ ପୂଜା ମଣ୍ଡପରେ ବରିଷ୍ଠ କର୍ମକର୍ତା ସମସ୍ତ ବିଭାଗୀୟ ଅଧିକାରୀ ଓ ପୋଲିସ ପ୍ରଶାସନକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଯେଉଁଥିରେ ପୂଜା ପୂର୍ବରୁ ରାସ୍ତାଘାଟ, ପାନୀୟ ଜଳର ସୁ-ବନ୍ଦୋବସ୍ତ, ବିଜୁଳି ମରାମତି ସହ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ନିଶା କାରବାରକୁ ରୋକିବା ଓ ସିସିଟିଭି ଉପରେ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ।
କେନ୍ଦ୍ରାପଡାର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ପୂଜା କରାଯିବ । ବିଭିନ୍ନ ମଣ୍ଡପରେ ୨୦୦ରୁ ଅଧିକ ମୂର୍ତ୍ତି ପୂଜା ପାଇବେ । ବିଭିନ୍ନ ମଣ୍ଡପରେ ସୁଉଚ୍ଚ ତ୍ୱରଣ, ଲାଇଟରେ ପୂରା ସହର ସଜେଇ ହୋଇଛି । ସହରର ମାଢ଼ିଆଳ, କକଟ, ଖାଡ଼ିଆଙ୍ଗ, ଗୋପ, ବିମ୍ବିଲେଇ, ମଣ୍ଡପରେ ଚାନ୍ଦୀ ମେଢ଼ ଖୁବ୍ ଆକର୍ଷଣୀୟ ହୋଇଛି । କେନ୍ଦ୍ରାପଡ଼ା ମାର୍ଶାଘାଇ, ଚାନ୍ଦୋଳ, ଆଳି, ପାଟକୁରାର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା’ ଧନଦାତ୍ରୀ। ସହରର ସଦଭାବନା କ୍ଲବର ସୁଉଚ୍ଚ ତ୍ଵରଣ ଖୁବ୍ ଆକର୍ଷଣୀୟ ହୋଇଛି ।