Saturday, June 28, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଅପରାଧ

ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ବାହରାଇଚରେ ରାମ ଗୋପାଳଙ୍କୁ ହତ୍ୟା

Ramesh Parida by Ramesh Parida
Oct 14, 2024, 07:28 pm GMT+0530
FacebookTwitterWhatsAppTelegram

ଉତ୍ତରପ୍ରଦେଶର ବାହରାଇଚ୍ ଜିଲ୍ଲାରେ ଅକ୍ଟୋବର 13, 2024 ତାରିଖରେ ଯାହା ଘଟିଲା ତାହା କୈାଣସି ସଭ୍ୟ ସମାଜ ପାଇଁ ଭଲ ନୁହେଁ ।  ମା ଦୁର୍ଗାଙ୍କ ମୂର୍ତ୍ତି ଭସାଣି ବେଳେ ଜଣେ ହିନ୍ଦୁ ଯୁବକଙ୍କୁ ବିନା ଦୋଷରେ ହତ୍ୟା କରାଗଲା । କାରଣ ଥିଲା ଶୋଭାଯାତ୍ରାରେ ଡିଜେ ବଜା ଯାଉଥିଲା  । ଜୟ ଶ୍ରୀରାମ ନାରା ଲାଗିଥିଲା । ସବୁଠୁ ବଡ଼ କଥା ହେଉଛି ଶୋଭାଯାତ୍ରା ଚାଲିଥିବା ବେଳେ କିଛି ଘରୁ ପଥର ଫିଙ୍ଗାଯାଇଥିଲା । ଯେଉଁଥି ପାଇଁ ହିନ୍ଦୁ ଯୁବକମାନେ ପ୍ରତିରୋଧ କରିଥିଲେ । ଆଉ ସେଠାରେ ଥିବା ପୋଲିସ ହିନ୍ଦୁ ଯୁବକଙ୍କୁ ଲାଠି ମାଡ଼ କରିଥିଲା ।  ଯେଉଁ ଘରୁ ପଥରମାଡ଼ ହେଉଥିଲା ସେହି ଘରେ ମୁସଲମାନ ଯୁବକମାନେ ପଥର ଫିଙ୍ଗିଥିବା ଅଭିଯୋଗ ହୋଇଥିଲା ।
ଧାର୍ମିକ ଶୋଭାଯାତ୍ରା ବେଳେ ଏପରି ଅଘଟଣ କାହିଁକି ଘଟୁଛି ତାହାର କାରଣ ହେଉଛି ଘୃଣା । କିଛି ଲୋକ ଥାଆନ୍ତି ସେମାନଙ୍କୁ ହିଂସା ଘଟାଇବା କାରଣରୁ ଆନନ୍ଦ ମିଳିଥାଏ ।  ସମାଜରେ ଅଶାନ୍ତି ଆସିଲେ ସେମାନେ ଖୁସି ପାଇଥାନ୍ତି । କାହା ଆଖିରୁ ଲୁହ ଝରିଲେ ଏହି ହିଂସାକାରୀଙ୍କୁ କିପରି ଆନନ୍ଦ ମିଳେ ତାହା ବୁଝାପଡ଼ୁନାହିଁ । ଏବେ ଆସିବା ଘଟଣା କଣ ଘଟିଥିଲା ସେଦିନ ।
ଶୋଭାଯାତ୍ରା ଚାଲିଥିବା ବେଳେ ମୁସଲମାନ ଜନତା ପଥର ଫିଙ୍ଗିଥିଲେ। ହିନ୍ଦୁ ଯୁବକମାନେ ପ୍ରତିରୋଧ କରିବାରୁ ବିବାଦ ହୋଇ ଯୁକ୍ତି ତର୍କ ଚାଲିଥିଲା । ଏହି ସମୟରେ ପୋଲିସ ଲାଠିମାଡ଼ କରି ହିନ୍ଦୁ ଯୁବକଙ୍କୁ ଘଉଡାଇ ଥିଲା । ରାମ ଗୋପାଳ ସେହି ଘର ନିକଟରେ ରହିଯାଇଥିଲେ । ଏା ପରେ ରାମ ଗୋପାଳଙ୍କୁ ମୁସଲିମ ଯୁବକମାନେ ଭିଡିନେଇ ଏକ ଘରେ ମାଡ଼ ମାରିବା ସହ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ଅବଦୁଲ ହମିଦ, ସରଫରାଜ, ଫହିମ ଏବଂ ସାହିର ଖାନ ଜଡିତ ଥିବା ଅଭିଯୋଗ ହୋଇଛି ।
ମୃତ ରାମଗୋପାଲ ମିଶ୍ର 2 ମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କର ବୃଦ୍ଧ ପିତା ଅଛନ୍ତି । ଏହି ଘଟଣା ସମ୍ପର୍କରେ ରାମ ଗୋପାଳଙ୍କ ଭାଇ ହରିମିଲାନ ମିଶ୍ର କହିଛନ୍ତି ଯେଉଁମାନେ ଏପରି ଘଟଣା ଘଟାଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ।
ରାମ ଗୋପାଳଙ୍କୁ ମାତ୍ର 22 ବର୍ଷ ହୋଇଥିଲା। ସେ ରାମଗାଓଁ ପୋଲିସ ଷ୍ଟେସନ ଅଞ୍ଚଳର ରେହୁଆ ମାନସର ଗ୍ରାମରେ ରହୁଥିଲେ। ରାମ ଗୋପାଳଙ୍କ ପିତାଙ୍କୁ 75 ବର୍ଷ ବୟସ | ପୁଅର ମୃତ୍ୟୁ ପରେ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଯଥେଷ୍ଟ ଖରାପ ହୋଇଯାଇଛି। ପରିବାର ସଦସ୍ୟ ଏବଂ ଅନ୍ୟ ସମ୍ପର୍କୀୟମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ରାମ ଗୋପାଳ 3 ଭାଇଙ୍କ ମଧ୍ୟରୁ ସାନ ଥିଲେ | ସେ ଏବଂ ତାଙ୍କ ପରିବାରର ଅନ୍ୟ ପୁରୁଷମାନେ କୃଷକ ଏବଂ ଶ୍ରମିକ ଭାବରେ ରୋଜଗାର କରି ରୋଜଗାର କରୁଥିଲେ | ଠିକ୍ 2 ମାସ ପୂର୍ବେ ରାମ ଗୋପାଳଙ୍କ ବିବାହ ଧୁମଧାମରେ ହୋଇଥିଲା । ବିବାହର ମାତ୍ର ଦୁଇମାସ ପରେ ବିଧବା ହୋଇଥିବା ରାମ ଗୋପାଳଙ୍କ ପତ୍ନୀ ମଧ୍ୟ ଦୁଃଖରେ ଅଛନ୍ତି ।
ଏହି ଘଟଣା ସମ୍ପର୍କରେ ହରିମିଲାନ କହିଛନ୍ତି ଯେ ମା ଦୁର୍ଗାଙ୍କ ଶୋଭାଯାତ୍ରାରେ ଅବଦୁଲ ହମିଦଙ୍କ ଘରୁ ପ୍ରଥମେ ପଥର ଫିଙ୍ଗି ଦିଆଯାଇଥିଲା। ଏହି ପଥର ଦ୍ୱାରା ଦେବୀ ମୂର୍ତ୍ତିର ହାତ ଭାଙ୍ଗି ମୂର୍ତ୍ତିଟି ବିଚ୍ଛିନ୍ନ ହୋଇଗଲା। ଏହା ପରେ ଭକ୍ତମାନେ ରାଗିଗଲେ। ଯେଉଁ ଘରୁ ପଥର ମାଡ଼ ହେଉଥିଲା ସେହି ଘର ପାଖକୁ ଯାଇଥିଲେ । ତାଙ୍କ ଭାଇ ମଧ୍ୟ ସେହି ଘର ପାଖରେ ଥିଲା । ପୋଲିସ ଲାଠି ମାଡ଼ କରିବାକୁ ହିନ୍ଦୁ ଯୁବକମାନେ ପଳାୟନ କରିଥିଲେ ।
ମୁସଲମାନ ଯୁବକମାନେ  ଏହି ବିଶୃଙ୍ଖଳାର ସୁଯୋଗ ନେଇ ରାମ ଗୋପାଳଙ୍କୁ ଘର ଭିତରକୁ ଟାଣି ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।
ହରିମିଲାନ କହିଛନ୍ତି ଯେ ଯଦି ପୋଲିସ ହିନ୍ଦୁମାନଙ୍କ ଉପରେ ଲାଠି ବ୍ୟବହାର କରିନଥାନ୍ତା, ତେବେ ସମସ୍ତ ଭକ୍ତ ଏକତ୍ର ରହିଥାନ୍ତେ ଏବଂ ତାଙ୍କ ଭାଇ ଜୀବିତ ରହିଥାନ୍ତେ। ବର୍ତ୍ତମାନ ମିଶ୍ର ପରିବାର ଜାଣନ୍ତି ନାହିଁ ଯେ ସେମାନଙ୍କ ପରିବାରର ଭବିଷ୍ୟତ କ’ଣ ହେବ। ଆକ୍ରମଣକାରୀଙ୍କ ସହ ଭୁଲ ନିଷ୍ପତ୍ତି ନେଇଥିବା ପୋଲିସ ଫୋର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି।
କୁହାଯାଉଛି ଯେ ମହାରାଜଗଞ୍ଜରେ ଏହି ସ୍ଥାନରେ ମୁସଲମାନ ଅଧିକ ସଂଖ୍ୟାରେ ରହିଛନ୍ତି । ସେଥିପାଇଁ ଏହି ଗ୍ରାମରେ ଏପରି ଘଟଣା ଘଟିଲା । ପୋଲିସ ତଦନ୍ତ କରୁଛି ଆଗାମୀ ଦିନରେ ଦୋଷୀଙ୍କ କଠୋର ଦଣ୍ଡ ମିଳିବ ବୋଲି ପୋଲିସ କହିଛି । ତେବେ ଧାର୍ମିକ ଶୋଭାଯାତ୍ରାରେ ହିଂସାକୁ କୈାଣସି ମତେ ଗ୍ରହଣ କରାଯିବା ଉଚିତ ନୁହେଁ ।

Tags: bahraichram-gopal-mishra
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.