ଭୁବନେଶ୍ବରରେ ଚାଲିଛି ଭସାଣି ପାଇଁ ପ୍ରସ୍ତୁତି । ସମସ୍ତେ ମାଙ୍କୁ ବିଦାୟ ଦେବା ପାଇଁ ଅପେକ୍ଷା କରିଛନ୍ତି । ତେବେ ଶୋଭାଯାତ୍ରା ବେଳେ ଡ଼ିଜେ କଟକଣାକୁ ନେଇ କିଛି କମିଟି ସଦସ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । କଟକଣା ନେଇ ଅନ୍ୟ ପୂଜା କମିଟି ସହ ଆଲୋଚନା ହୋଇନଥିବା ଅଭିଯୋଗ କରିଛନ୍ତି ଷ୍ଟେସନ ବଜାର ପୂଜା କମିଟି ସଦସ୍ୟ ଅମରେଶ ଜେନା । କହିଛନ୍ତି ଡ଼ିଜେ କଟକଣା ନେଇ କିଛି ସ୍ବଷ୍ଟ କରାଯାଇନାହିଁ । ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଡିଜେକୁ ଅନୁମତି ନାହିଁ । ଡ଼ିଜେକୁ କୌଣସି ପ୍ରକାର ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଡ଼ିସିପି ପିନାକ ମିଶ୍ର । ଡ଼ିଜେ ବାଜିବା ଦ୍ବାରା ଶଦ୍ଦ ପ୍ରଦୂଷଣ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଡ଼ିଜେ ଉପରେ କଟକାଣା ଲଗାଇଛନ୍ତି ପିନାକ ମିଶ୍ର । ଯେଉଁ ଡ଼ିଜେ ଗୁଡ଼ିକ 65 ଡ଼େସିବଲରୁ କମ ଶଦ୍ଦ ବାହାର କରୁଥିବ ସେହି ଡ଼ିଜେ ଗୁଡ଼ିକ ମିଳିବ ଅନୁମତି । ସମସ୍ତ ପୂଜା କିମିଟି ସହ ପୂର୍ବରୁ ଆଲୋଚନା ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ପିନାକ ମିଶ୍ର । ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଯେଉଁମାନେ ନିୟମକୁ ଉଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି ପିନାକ ମିଶ୍ର ।