ଦୀର୍ଘ 7 ବର୍ଷର ବ୍ରେକ ପରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ । ରିବାର ଏଥିପାଇଁ ନିଲାମୀ ହୋଇଥିବା ବେଳେ ଭାରତୀୟ ଦଳର ଅଧିନାୟକ ଅଛନ୍ତି ହରମନପ୍ରୀତ ସିଂ ବର୍ତମାନ ପର୍ଯ୍ୟନ୍ତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ହୋଇଛନ୍ତି । ସୁରମା ହକି କ୍ଳବ ତାଙ୍କୁ 78 ଲକ୍ଷ ଟଙ୍କାରେ କିଣିଛି ।
ସେହିଭଳି ଭାରତୀୟ ଫରଓ୍ବାର୍ଡ଼ ଅଭିଷେକନକୁ ଦିତ୍ବୀୟ ମହଙ୍ଗା ଖେଳାଳିଭାବେ ଶ୍ରାଚି ରଡ଼ ବେଙ୍ଗଲ ଟାଇଗର 72 ଲକ୍ଷ ଟଙ୍କାରେ କିଣିଛି । ଉପଅଧିନାୟକ ହେର୍ଦ୍ଧିକ ସିଂଙ୍କୁ 70 ଲକ୍ଷରେ କିଣିଛି ୟୁପି ରୁଦ୍ରସ । 38 ଲକ୍ଷରେ ମିଡ୍ଫିଲ୍ଡର ସଞ୍ଜୟଙ୍କୁ କଳିଙ୍ଗ ଲାନସର୍ସ କଣିଛି । ଓଡ଼ିଶାର ଅମିତ ରୋହିଦାସଙ୍କୁ 48 ଲକ୍ଷ ଟଙ୍କାରେ ତାମିଲନାଡ଼ୁ ଡ଼୍ରାଗନ କିଣିଛି ।
ସୂଚନା ଅନୁସାରେ ଏହି ନିଲାମୀ ପ୍ରକ୍ରିୟାରେ 400ରୁ ଊର୍ଦ୍ଧ୍ୱ ପୁରୁଷ ଘରୋଇ ଏବଂ ୧୫୦ରୁ ଊର୍ଦ୍ଧ୍ୱ ବିଦେଶୀ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସେହିପରି ୨୫୦ରୁ ଊର୍ଦ୍ଧ୍ୱ ମହିଳା ଘରୋଇ ଓ ୭୦ରୁ ଊର୍ଦ୍ଧ୍ୱ ବିଦେଶୀ ଖେଳାଳିଙ୍କୁ ନେଇ ନିଲାମ ପ୍ରକ୍ରିୟା ହେବ। ନାମ ପଞ୍ଜୀକୃତ କରିଥିବା ଖେଳାଳିଙ୍କୁ ୩ ବର୍ଗରେ ବିଭକ୍ତ କରାଯାଇ ୨ ଲକ୍ଷ, ୫ ଲକ୍ଷ ଓ ୧୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ ରଖାଯାଇଛି। ୬୦୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍ ପ୍ରାଇସ୍ ୬ ଲକ୍ଷ ରହିବ।
ସେହିପରି ୨୫୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍ ପ୍ରାଇସ ୫ ଲକ୍ଷ ଓ ଅନ୍ୟ ୨୫୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍ ପ୍ରାଇସ୍ ୧୦ ଲକ୍ଷ ରହିବ। ୧୩ ଓ ୧୪ ତାରିଖରେ ପୁରୁଷ ଖେଳାଳି ନିଲାମ ପ୍ରକ୍ରିୟା ହେଉଥିବା ବେଳେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ମହିଳା ହକି ଲିଗ୍ ପାଇଁ ଖେଳାଳି ନିଲାମ ୧୫ ତାରିଖରେ ଅନୁଷ୍ଠିତ ହେବ।