ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତ୍ୟାନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି । ନେତ୍ୟାନ୍ୟାହୁ ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟାଙ୍କ ଦେହାନ୍ତଙ୍କୁ ନେଇ ସମବେଦନା ଜଣାଇଛନ୍ତି । ସେ ଏବଂ ଇସ୍ରାଏଲର ଅନେକ ଲୋକ ଭାରତର ଗର୍ବିତ ତଥା ଆମର ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବର ଓକିଲାତି କରୁଥିବା ରତନ ନାଭାଲ ଟାଟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରୁଥିବା କହିଛନ୍ତି ନେତ୍ୟାନ୍ୟାହୁ । ରତନଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସମେତ ଅନେକ ବିଶ୍ବ ନେତା ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟି ତାଙ୍କ ସମବେଦନା ବାର୍ତ୍ତାରେ କହିଛନ୍ତି, ‘ଭାରତ ଏବଂ ବିଶ୍ୱ ଏକ ବଡ଼ ହୃଦୟ ସହିତ ଏକ ବିଶାଳ ବ୍ୟକ୍ତିଙ୍କୁ ହରାଇଛନ୍ତି । ଯେତେବେଳେ ମୋତେ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବାକୁ ମନୋନୀତ କରାଯାଇଥିଲା, ସେତେବେଳେ ଭାରତରୁ ପ୍ରଥମ ଅଭିବାଦନ ରତନ ଟାଟାଙ୍କ ଠାରୁ ଆସିଥିଲା । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କହିଛନ୍ତି ଭାରତ ଏବଂ ଫ୍ରାନ୍ସରେ ଶିଳ୍ପଗୁଡିକର ପ୍ରୋତ୍ସାହନରେ ରତନ ଟାଟାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ସହଯୋଗ କରିଛି ଏବଂ ଫ୍ରାନ୍ସ ଭାରତର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଛି ।