ମହାରାଷ୍ଟ୍ରରେ ଏନସିପି ଅଜିତ ପାଓ୍ବର ଗୋଷ୍ଠୀ ନେତା ବାବା ସିଦ୍ଧିକିଙ୍କୁ ଗୁଳି କରି ହତ୍ୟାକୁ ନେଇ ରାଜନୀତି ଜୋର ଧରିଛି । କୁହାଯାଉଛି ଯେ ଲରେନସ ଗୋଷ୍ଠୀ ଏହି ଆକ୍ରମଣ କରିଥିଲେ । ପ୍ରଥମେ ସେମାନେ ଲଙ୍କା ଗୁଣ୍ଡ ପକାଇ ଗୁଳି ମାରିବାର ଥିଲା । କିନ୍ତୁ ପରେ ସିଧା ଗୁଳି ମାରିଥିଲେ ଅପରାଧି ।
ଶନିବାର ବିଳମ୍ବିତ ରାତିରେ ବାନ୍ଦ୍ରା ଇଷ୍ଟରେ ପୁଆ ଜିଶାନ ସିଦ୍ଧିକଙ୍କ କାର୍ଯ୍ୟାଳୟରୁ ବାହରୁଥିବା ବେଳେ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବାବା ସିଦ୍ଧିକିଙ୍କ ଛାତି ଓ ପେଟରେ 2-3 ଟି ଗୁଳି ବାଜିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଡ଼ାକ୍ତର କହିଥିଲେ । ମୁମ୍ବାଇ ପୋଲିସ ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରି ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ଜଣାପଡ଼ିଛି । ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେପଟେ ଏହି ଘଟଣାକୁ ନେଇ ମହରାଷ୍ଟ୍ର ସରକାର ଅପରାଧିଙ୍କୁ ଚେତାବନୀ ଦେଇଛନ୍ତି । କେହି ଆଇନଶୃଙ୍ଖଳା ନିଜ ହାତକୁ ନେଇପାରିବ ନାହିଁ ବୋଲି ହତ୍ୟାକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ବାବା ସିଦ୍ଧିକି ମୁମ୍ବାଇର ଜଣେ ଚର୍ଚ୍ଚିତ ରାଜନୈତିକ ଚେହେରା । ବହୁବାର ବିଧାୟକ ସହ ପୁର୍ବରୁ ମହାରାଷ୍ଟ୍ର ସରକାରରେ ସେ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।
ଦିର୍ଘ 4 ଦଶନ୍ଧି ଧରି କଂଗ୍ରେସରେ ରହିବା ପରେ ଗତ ଫେବୃଆାରୀ ମାସରେ ସେ କଂଗ୍ରେସ ଛାଡ଼ି ଅଜିତ ପାଓ୍ବାରଙ୍କ ଏନସିପିରେ ସାମିଲ ହୋଇଥିଲେ । ରାଜନୀତି ସହ ବଲିଉଡ଼ ଜଗତ ସହ ମଧ୍ୟ ଜଡ଼ିତ ବାବା ସିଦ୍ଧିକି । ସଂଧ୍ୟାରେ ବାବା ସିଦ୍ଦିକିଙ୍କ ମୃତଦେହକୁ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରୁ ନିଆଯାଉଛି। ତାଙ୍କୁ ମୁମ୍ବାଇ ଲାଇନର କବ୍ରିସ୍ତାନରେ ସମାଧି ରାଜ୍ୟ ସମ୍ମାନ ସହ ବିଶ୍ରାମ ଦିଆଯିବ।