ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡ଼ିୟମଠାରେ ଚାଲିଥିବା 3ୟ ଟି 20ରେ ବାଂଲାଦେଶକୁ 133 ରନରେ ହରାଇ ବିପୁଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।ଭାରତ ପକ୍ଷରୁ ବାଂଲାଦେଶ ଆଗରେ 298 ରନରେ ଲକ୍ଷ୍ୟ ରଖାଯାଇଥିବାବେଳେ ବାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 7 ଓ୍ବିକେଟ ହରାଇ 167 ରନ କରିପାରିଥିଲା । ଦଳ ପକ୍ଷରୁ ତାହ୍ବିଦ ହ୍ରିଦୟ 63 ରନ କରିଥିବାବେଳେ ଲିଟନ ଦାସ 42 ରନ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣୋଇ 3 ଟି ଓ ମୟଙ୍କ ଯାଦବ 2 ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ପକ୍ଷରୁ ଇନିଂସ ଓପନ କରିଥିବା ଅଭିଷେକ ଶର୍ମା ମାତ୍ର 4 ରନ କରି ଆଉଟ ହୋଇଥିଲେ । ତେବେ ସଂଜୁ ସାମସନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସାମସନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର 47 ଟି ବଲରୁ 111 ରନ କରିଥିଲେ ।
ନିଜର ଏହି ଇନିଂସରେ ସେ 11 ଟି ଚୌକା ଓ 8 ଟି ଛକା ମାରିଥିଲେ । ସେହିପରି ସୂର୍ଯ୍ୟକୁମାର 35 ଟି ବଲରୁ 75 ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ରନ ଓ ରିୟାନ ପରାଗ 34 ରନ କରିଥିଲେ ।