ଆପଣ ମାନେ ବୁଟ ଚଣା ଖାଇବାକୁ ଭଲପାଆନ୍ତି କି ? ଯଦି ହଁ ତେବେ ଭଲ କଥା । ଯଦି ଖାଉନାହାଁନ୍ତି ତେବେ ଆଜି କିଣି ଆଣି ଖାଆନ୍ତୁ । ସିଜା, ଭଜା ଚଣା ର ସେବନ ନିଶ୍ଚୟ କରନ୍ତୁ । ଦେଖିବେ ଆପଣଙ୍କ ଶରୀର କେତେ ଫିଟ ରହିବ ।
ଏହା ଖାଇବା ଦ୍ବାରା ଶରୀର ଫିଟ ରହିଥାଏ । କଞ୍ଚା ବୁଟକୁ ଗଜା କରି ଖାଇଲେ ଶରୀରର ପାଇଁ ହିତକାରକ ହୋଇଥାଏ । ବୁଟ ଚଣା ଖାଇବା ଦ୍ଵାରା ଫୁର୍ତ୍ତି ସହ ଶରୀରର ଦୁର୍ବଳତା ଦୂର ହେବ ।
ଶାରୀରିକ ଶକ୍ତି ବୃଦ୍ଧି ପାଇବ । କାମ କରିବାକୁ ଅଧିକ ଶକ୍ତି ମିଳିବ । ଏହାକୁ ପ୍ରତି ଦିନ ସକାଳୁ ଖାଲି ପେଟରେ ଖାଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ବୁଟ ଆଣି ଘରେ ଘରେ ଭାଜି ଖାଇଲେ ଏହା ଭଲ ହୋଇଥାଏ ।
ବୁଟ ଚଣାକୁ ଖାଇ ନ ପାରିଲେ ଆପଣ ଗୁଡ ସହ ବିଟ ଲୁଣ ମିଶାଇ ଖାଇପାରିବେ । ଏହା ଦ୍ଵାରା ଏସିଡିଟି, କବଚ ଭଳି ସମସ୍ଯା ଦୂର ହୋଇଥାଏ । ଛୋଟ ପିଲା ମାନଙ୍କୁ ମଧୁ ବୁଟ ଚଣା ଖାଇବାକୁ ଦେଲେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ତାଙ୍କ ଶରୀର ଫୁର୍ତ୍ତି ରହିବ ।
ଭଜା ହୋଇଥିବା ବୁଟ ଓ ଗୁଡ ମିଶାଇ ଖାଇଲେ ଶରୀରରେ ମେଟାବୋଲିଜିୟମ ବଢାଇଥାଏ ଯାହା ଆପଣଙ୍କ ମୋଟା ରୁ ପତଳା କରିବାରେ ସାହାଜ୍ୟ କରିଥାଏ । ମୋଟାପଣ ଦୂର କରିବା ପାଇଁ ଭଯା ବୁଟ ଓ ଗୁଡ ସାହାଜ୍ଯ କରିଥାଏ ।
ଆପଣ ନିଶ୍ଚିନ୍ତ ଭାବେ ଭଜା ବୁଟ ଓ ଗୁଡ ମିଶାଇ ସେବନ କରନ୍ତୁ । ଯଦି ଆପଣଙ୍କର ପେଟ ସମସ୍ୟା ବା ପାଚନ କ୍ରିୟାରେ ସମସ୍ୟା ହେଉଛି ତେବେ ବୁଟ ଭଜା ଓ ଗୁଡ ସେବନ କରନ୍ତୁ । ଗୁଡ ଓ ବୁଟରେ ଭରପୁର ମାତ୍ରାରେ ଫାଇଭର ରହିଥାଏ । ଯଦି ସବୁଦିନ ଭଜା ହୋଇଥିବା ବୁଟ ଓ ଗୁଡ ସେବନ କରୁଛନ୍ତି ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଯାଏ ।