ଅସତ୍ୟ ଉପରେ ସତ୍ୟର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ବରୂପ ଦେଶରେ ପାଳନ କରାଯାଉଛି ରାବଣ ପୋଡ଼ି । ଆଜି ବିଜୟାଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଦେଖିବାକୁ ମିଳିଛି । ଦିଲ୍ଲୀରେ ମାଧବ ଦାସ ପାର୍କରେ ରାବଣ ପୋଡ଼ି ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ପଡ଼ିଆରେ ରାମଲିଳାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ରାମ ଲକ୍ଷ୍ମଣ ବେଶରେ ଥିବା କଳାକାରଙ୍କୁ ପୂଜା କରିବା ସହ ମଞ୍ଚ ଉପରୁ ତୀର ମାରି ଅହଙ୍କାର ରୂପୀ ରାବଣର ପ୍ରତିମୂର୍ତିରେ ରାବଣକୁ ଅହଙ୍କାରର ପ୍ରତୀକ ଭାବେ ଦର୍ଶାଯାଇଛି । ବିଜୟା ଦଶମୀରେ ରାବଣ ଦହନ କରି ନିଜ ଭିତରେ ଥିବା ଅହଙ୍କାରର ପ୍ରତୀକ ଭାବେ ଦର୍ଶାଯାଇଛି । ବିଜୟା ଦଶମୀରେ ରାବଣ ଦହନ କରି ନିଜ ଭିତରେ ଥିବା ଅହଙ୍କାରକୁ ମାରିବା ପାଇଁ ବାର୍ତା ଦିଆଯାଇଛି । ଦିଲ୍ଲୀ, ବିହାର ଗୁଜରାଟ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ , ଉତ୍ତାରଖଣ୍ଡଠାରୁ ନେଇ ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାବଣ ଦହନ କରାଯାଉଛି । ବିଜୟା ଦଶମୀ ଅବସରରେ ପ୍ରଭୁ ଶ୍ରୀରାମ ରାବଣର ବଦ୍ଧ କରିଥିବାରୁ ଅଯୋଧାରେ ମଧ୍ୟ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଉଛି । ଦିର୍ଘ ଦିନ ଧରି କାରିଗରମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।