ଭୁବନେଶ୍ବର ଓ ରାଉରକେଲା ଭଳି କଟକ ହେବ ସ୍ମାର୍ଟ ସିଟି । କଟକ ସହରର ପୂଜା ମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ମେହନ ମାଝୀ ଗଣମାଧ୍ୟମ ଏହି ସୂଚନା ଦେଇଛନ୍ତି । ଆଜି କଟକରେ ଗୋଟି ଗୋଟି କରି 34 ଟି ପୂଜା ମଣ୍ଡପ ବୁଲିଥିଲେ ମୁଖ୍ୟମନ୍ତ୍ରୀ । ମଣ୍ଡପ ଗୁଡ଼ିକରେ ସାଜସଜ୍ଜା ତାରକସି କାମ ଓ ମୃଣ୍ମୟୀ ମୂର୍ତି ଦେଖି ଅଭିଭୂତ ହୋଇଯାଇଥିଲେ । କହିଥିଲେ ଭାଇଚାରରା ସହର କଟକର ହେବ ସର୍ବାଙ୍ଗୀନ ଉନ୍ନତି । ତାସହ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ପ୍ରାୟ 40 ଟି ପୂଜା ମଣ୍ଡପ ଦର୍ଶନ କଲି । କଟକ ସହର ହେଉଛି ଭାଇଚାରାର ସହର । ଏଭଳି ପୂଜା ସାରା ବିଶ୍ବରେ କେଉଁଠି ଅଛି ମୁଁ ଦେଖିନାହିଁ । ଏହା ମୋର ସୌଭାଗ୍ୟ ଯେ ମୁଁ ଆଜି ମାଆଙ୍କ ଦର୍ଶନ କଲି । କଟକରେ ଭାଇଚାରା ରହିଆସିଛି । କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ଧ୍ୟାନ ଦେବୁ ।ଆଗାମୀ ଦିନରେ ଓଡ଼ିଶା ସମୃଦ୍ଧ ଓଡ଼ିଶା ହେବ । ଓଡ଼ିଶାକୁ କଟକ ସହ ସମୃଦ୍ଧି ଆଣନ୍ତୁ ବୋଲି ପ୍ରାର୍ଥନା କଲି । ତେଣୁ କଟକକୁ ଖୁବଶୀଘ୍ର ସ୍ମାର୍ଟସିଟି କରାଯିବ ।କଟକରେ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ । 34 ମଣ୍ଡପ ବୁଲି ମାଆଙ୍କ ଆର୍ଶୀର୍ବାଦ ନେଲେ ମୋହନ ମାଝୀ । ଖାନନଗରରେ ଖାଇଲେ ଦହିବରା ଆଳୁଦମ । ସନ୍ଧ୍ୟାରେ କେନ୍ଦୁଝର ଯାଇ ମାଆଙ୍କୁ କରିବେ ଦର୍ଶନ ।