ଦୀପାବଳୀରେ ମିଳିପାରେ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିରେ ତୃତୀୟ ପର୍ଯ୍ୟାୟ ଟଙ୍କା ଦୀପାବଳୀରେ ଦେବାକୁ ଯୋଜନା କରୁଛନ୍ତି ରଜ୍ୟ ସରକାର । ଅକ୍ଟୋବର 9 ତାରିଖରେ 35 ଲକ୍ଷ ହିତାଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଦୋଇ ଦଶହରା ଭୋଟି ଦେଇଥିଲେ । ବାରିପଦାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ମହିଳା ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଏହାର ତୃତୀୟ ପର୍ଯ୍ୟାୟ ଟଙ୍କା ଦୀପାବଳୀରେ ଦେବାକୁ ସରକାର ଯୋଜନା କରୁଛନ୍ତି ।
ଆଜି ସୁଦ୍ଧା 1 କୋଟି 60 ହଜାର ମହିଳା ଆବେନଦ କରିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । କିନ୍ତୁ ପ୍ରଥମ ଦୁଇଟି ପର୍ଯ୍ୟାୟରେ 60 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିଛି । ଏହି ପର୍ଯ୍ୟାୟରେ ବାକି ରହିଯାଇଥିବା ମହିଳା ହିତାଧାକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ସୁଭଦ୍ରା ଯୋଜନା ପାଇଁ କରିଥିବା ଆବେଦନରୋ ଯଦି ତ୍ରୁଟି ଥିବା ତେବେ ଫୋନ କଲ ଯିବ । ବ୍ଲକ ସ୍ତରରେ ଯାଞ୍ଚ କରାଯିବ ଅଙ୍ଗନବାଡ଼ି କର୍ମୀ ମାନେ ଘରକୁ ଯିବେ ।