ଆଜି ପୀଠରେ ମାଆଙ୍କ ବିଜୟୀ ଦଶମୀ, ମଣ୍ଡପରେ ମହାମାୟାଙ୍କ ମହାନବମୀ ପୂଜା । ସବୁଠି ପୁଜାର ମାହୋଲ । ମଣ୍ଡପରେ ମା ଜଗଜ୍ଜନନୀଙ୍କ ନବମୀ ପୂଜା କରାଯାଉଛି । ମା ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ଗାଁଠୁ ସହର । ରଙ୍ଗୀନ ଆଲୋକମାଳା ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ । ତେବେ ଆଜି ପୀଠରେ ମାଙ୍କୁ ଗୁପ୍ତ ଉପଚାର ଓ ପୂଜା ବିଧି ତଥଶ ସ୍ବତନ୍ତ୍ର ରୀତିନୀତିରେ ଆରାଧନା କରାଯିବ ।
ମହାମାୟାଙ୍କ ପୂଜା ପାଇଁ ସୁବଠି ଖୁସିର ପରିବେଶ । ମଣ୍ଡପରେ ମହାନବମୀରେ ମା’ଙ୍କ ଦର୍ଶନ କରିବା ପାଇଁ ମଣ୍ଡପ ଗୁଡ଼ିକରେ ସକାଳୁ ଲୋକଙ୍କ ଗହଳି ଜମିବା ଆରମ୍ଭ କଲାଣି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । କଟକରେ ସୁନାଚାନ୍ଦିରେ ଝଟକୁଛନ୍ତି ମା’ । ମୀନା ବଜାର ସାଙ୍ଗକୁ ପୂଜା ପାଇଁ ସବୁଠି ଭିଡ଼ । ବିଳମ୍ବିତ ରାତି ଯାଏ ରାଜଧାନୀରେ ଭିଡ ଦେଖିବାକୁ ମିଳୁଛି ।