ଶାରଦୀୟ ଦୁର୍ଗା ପୁଜା ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଭାଜପା ସରକାର ପ୍ରଥମଥର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପମାନଙ୍କୁ ପୂଜା ଭେଟି ଦେଇଛନ୍ତି । ରାଜ୍ୟରେ ସବୁ ଦୁର୍ଗା ପୂଜା ପେଣ୍ଡାଲର ସରକାରୀ ଭଡ଼ା ଛାଡ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ବର ସମେତ ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୁଜା ପେଣ୍ଡାଲର ଭଡ଼ା ଛାଡ଼ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୂଜା ମଣ୍ଡପ ତଥା ଷ୍ଟାଣ୍ଡ ନିମନ୍ତେ କମିଟିକୁ ଆଉ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
ମହାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଭିନ୍ନ ମେଢ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏଥିନିମନ୍ତେ ପ୍ରଥମେ ସେ ଓଲ୍ଟ ଟାଉନରେ ପାଟଣାସାହି ପୂଜା ମଣ୍ଡପରେ ପହଞ୍ଚିଛନ୍ତି1 ସେଠାରେ ସେ ମା’ଙ୍କ ଆର୍ଶିବାଦ ନେବା ସହ ରାଜ୍ୟବାସୀଙ୍କ ଶୁଭ ମନାଉସୀଛନ୍ତି ।
ସୂଚନାଯୋଗ୍ୟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ରାଜଧାନୀରେ ପ୍ରାୟ 10 ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଭାଗୀୟ ମନ୍ତ୍ରୀ ମଧ୍ୟ ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି ।