ରାଜ୍ୟରେ ସରକାର ବଦଳିଛି । ସରକାର ବଦଳିବା ପରେ ସରକାରୀ ଦଳ ଏବଂ ବିରୋଧୀମାନେ ଏବେ ଲୋକଙ୍କ ଅଧିକ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ।
ଏବେ ରାଜଧାନୀର ପୂଜାମଣ୍ଡପ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ପରେ ପରେ ଦେଖାଗଲା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୂଜାମଣ୍ଡପ ବୁଲି ଦେଖୁଛନ୍ତି । ଲୋକଙ୍କ ସହ ମିଶୁଛନ୍ତି । ଯାହା ଆଜି ପର୍ଯ୍ୟନ୍ତ ଦେଖାଯାଇନଥିଲା ତାହା ଏବେ ଦେଖାଗଲା ।
ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଦେଖିବାକୁ ମିଳିଥିଲା । ସାଧାରଣ ଲୋକଭଳି ସେ ପୂଜାମଣ୍ଡପରେ ମାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ସେ ସେଠାରେ ପହଞ୍ଚି ମାଆଙ୍କର ଆଳତି କରିଥିଲେ। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପାଟଣା ସାହି ପୂଜାମଣ୍ଡପରେ ସେଠାକାର ବିଶେଷାଙ୍କ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୟରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରୁ ଦେଖିବା ଲାଗି ଲୋକଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହୋଇଥିଲା। ପୂଜା ମଣ୍ଡପ ବୁଲୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାରଦୀୟ ଦୂର୍ଗାପୂଜା ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିବା ବେଳେ ନବୀନ ମଧ୍ୟ ଏ ଖୁସୀର ମାହୋଲରେ ସାମିଲ ହେଇଛନ୍ତି । ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା’ଙ୍କର ଆଶିଷ ଭିକ୍ଷା କରିଛନ୍ତି ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲୁଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଭୁବନେଶ୍ବରରେ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ଥିବାବେଳେ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ଦର୍ଶନ ଆରମ୍ଭ କରିଥିଲେ । ରସୁଲଗଡ ଦୁର୍ଗାପୂଗା ମଣ୍ଡପରେ ନବୀନଙ୍କୁ କମିଟି ତରଫରୁ ଭବ୍ୟ ସ୍ବାଗତକରାଯାଇଥିବା ବେଳେ ରସୁଲଗଡ ପୂଜା ପେଣ୍ଡାଲ ବୁଲିଥିଲେ ନବୀନ । ମଣ୍ଡପ ବୁଲି ଯିବାକୁ ନବୀନଙ୍କୁ ଟୁଇନସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିବା ବେଳେ ସେ ମଧ୍ୟ ସାଧାରଣ ଲୋକଙ୍କ ସହ ମିଶି ଭଲ ମନ୍ଦ ପଚାରି ବୁଝୁଥିବା ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ମେୟର ସୁଲୋଚନା ଦାସ କରିଛନ୍ତି, ପୂଜାରେ ବୁଲିବାରେ କିଛି ଅସୁବିଧା ନାହିଁ। ହେଲେ ଏବେ ମଧ୍ୟ ଜନମାନସର ନେତା ହେଉଛନ୍ତି ନବୀନ। ଏବେ ବି ନବୀନ ବାବୁଙ୍କ କ୍ରେଜ୍ କମିନି ବୋଲି ସୁଲୋଚନା ଦାସ କହିଥିଲେ।
ସୁଲୋଚନାଙ୍କ ପ୍ରତିକ୍ରିୟାରେ ଜବାବ ରଖି ଆଇନ ମନ୍ତ୍ରୀ କହିଛନ୍ତି, ଯିଏ ୨୪ ବର୍ଷ ଧରି ବୁଲୁ ନ ଥିଲେ, ସିଏ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଭିନ୍ନ ମଣ୍ଡପ ବୁଲୁଥିବା ଶୁଣି ବୁଲୁଛନ୍ତି। ଯିଏ ରାବଣପୋଡି ଯାଇନଥିଲେ, ସିଏ ଏବେ ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱିତା କରି ବୁଲୁଛନ୍ତି। କାହାର କେତେ କ୍ରେଜ ରହିଛି, ତାହା ୨୦୨୪ ନିର୍ବାଚନରେ ଜଣାପଡିଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ।