ଭାରତୀୟ ନୌସେନାକୁ ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ମିଳିବ, ଯାହା କି ଭାରତ ମହାସାଗର ଅଞ୍ଚଳରେ ଏହାର କ୍ଷମତାକୁ ବହୁଗୁଣିତ କରିବା ବିଶାଖାପାଟଣାସ୍ଥିତ ସିପ ବିଲ୍ଟିଂ ସେଣ୍ଟର ସହ ଏହି ଦୁଇଟି ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରାୟ 45,000 କୋଟି ଟଙ୍କାର ଚୁକ୍ତି ହେବ ।
ଭାରତୀୟ ନୈସେନା ଏବଂ ପ୍ରତିରକ୍ଷା ବାହିନୀର ସର୍ଭେଲାନ୍ସ କ୍ଷମତା ବୃଦ୍ଧିପାଇଁ କ୍ୟାବିନେଟ କମିଟି ଦୁଇଟି ପରମାଣୁ ବୁଡ଼ାଜାହାଜର ସ୍ବଦେଶୀ ଉତ୍ପାଦନ ସହ ଆମେରିକାଠାରୁ 31 ଟି ପ୍ରିଡ଼େଟର ଡ଼୍ରୋନ କ୍ରୟ ପାଇଁ ଗୁରୁତ୍ବପୂଣ୍ଣ ଚୁକ୍ତିକୁ ଅନୁମୋଦନ କରିଛି । ଏହି ଚୁକ୍ତି ଦୀର୍ଘ ଦିନ ଧରି ବିଚାରଧୀନ ଥିଲା ଏବଂ ଭାରତୀୟ ନୌସେନାର ଅଭାବ ପୂରଣ କରିବା ପାଇଁ ଏହାକୁ ଏକ ଗୁରୁତ୍ବପୂଣ୍ଣ ଆବଶ୍ୟକତା ଭାବରେ ବିଚାର କରାଯାଉଥିଲା । ଭବିଷ୍ୟତରେ ଭାରତ ଏଭଳି 6 ଟି ବୁଡ଼ାଜାହାଜକୁ ନିଜ ଫ୍ଲିଟରେ ସାମିଲ କରିବାକୁ ଯୋଜନା ରଖିଛି ।