ବାତ୍ୟା ମିଲଟନ ବୁଧବାର ଆମେରିକାରେ ଫ୍ଲୋରିଡ଼ା ରାଜ୍ୟର ପଶ୍ଚିମ ଉପକୂଳବର୍ତୀ ସହର ସିଏଷ୍ଟା କି ରେ ଲ୍ୟାଣ୍ଡଫଲ କରିଛି । ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ତୀବ୍ରତା 155 ମାଇଲ ପ୍ରତି ଘଣ୍ଟା ଥିବା ନେଇ ଆମେରିକାର ଜାତୀୟ ପାଣିପାଗ ସୂଚନା ଦେଇଛି । ଟାମ୍ପା ସରେସୋଟ ଫୋର୍ଟ ମାୟର୍ସ ଆଦି ଫ୍ଲୋରିଡ଼ାରେ ବହୁ ଜନବହୁଳ ଅଞ୍ଚଳ ଏହି ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ଆମେରିକା ଜାତୀୟ ବାତ୍ୟା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟାର ପ୍ରଭାବରେ ବର୍ତମାନ ସୁଦ୍ଧା 6 ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତକ ଫ୍ଲୋରିଡ଼ାର ହୋଇଥିବା ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରାୟ 1.1 କୋଟି ଲୋକ ବନ୍ୟା ବିପଦ ମଧ୍ୟରେ ରହିଛନ୍ତି । ବାତ୍ୟାରେ ବହୁ ବିଜୁଳି ଖୁଣ୍ଟି ଉପୁଡ଼ି ପଡ଼ିଥିବାରୁ ଫ୍ଲୋରିଡ଼ାର 33 ଲକ୍ଷରୁ ଅଧିକ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି । ବାତ୍ୟା ମିଲଟନ ନେଇ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡ଼େନ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହ ପ୍ରଭାବିତ ଅଞ୍ଚଳରେ ହଜାରରୁ ଅଧିକ କୋଷ୍ଟ ଗାର୍ଡ଼ଙ୍କ ସମେତ ଅନେକ ହଜାର ସଂଖ୍ୟାରେ ରେସ୍କ୍ୟୁ ଟିମକୁ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜନ କରିଛନ୍ତି । ବାତ୍ୟା ମିଲଟନ ପ୍ରଭାବରେ ଫ୍ଲୋରିଡ଼ା ନର୍ଥ କାରୋଲିନା ଟେନିସ ରାଜ୍ୟର କେତେକ ସ୍ଥାନରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଛି ।