ଚଳିତ ସିଜିନ ମୋ ପାଇଁ ଶେଷ ସିଜିନ । ମୋତେ ଖେଳରୁ ବିଦାୟ ନେବାକୁ ପଡ଼ିବ । ଏଭଳି କହିଛନ୍ତି ଟେନିସର ବାଦଶାହା ନାଦାଲ । ଟେନିସ ତାରକା ତଥା 22 ଥର ଗ୍ରାଣ୍ଡ ସ୍ମାମ ବିଜେତା ରାଫେଲ ନାଦାଲ ଅବସର ଘୋଷଣା କରିଛନ୍ତି । ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି । ନାଦାଲଙ୍କ ଅବସର ସହିତ ଏକ ଟେନିସ ଯୁଗର ଅବସାନ ମଧ୍ୟ ଘଟିବାକୁ ଯାଉଛି । ନାଦାଲ ଏକ ଭିଡ଼ିଓ ବାର୍ତା ଜାରି କରି ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ଚଳିତ ସିଜନ ତାଙ୍କ ପାଇଁ ଶେଷ ସିଜନ ହେବ । ଆଗାମୀ ଦିନରେ ହେବାକୁ ଥିବା ଡ଼େଭିସ କପ ଫାଇନାଲ୍ସରେ ନାଦାଲ ଅଂଶଗ୍ରହଣ କରିବେ । ଆସନ୍ତା ନଭେମ୍ବରରେ ଡ଼େଭିସ କପ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବା ଦେଶ ସ୍ପେନର ପ୍ରତିନିଧିତ୍ବ କରିବେ ନାଦାଲ ।
4 ବର୍ଷ ତଳେ ସ୍ବିଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡ଼େରର ସନ୍ନ୍ୟାସ ନେଇଥିଲେ । ଏବେ ନାଦାଲ ବି ଟେନିସକୁ ଅଲବିଦା କହିଛନ୍ତି । ଫେଡ଼େରର 20 ଟି ଗ୍ରାଣ୍ଡ ସ୍ମାମ ବିଜୟୀ ହୋଇଥିଲେ । ନାଦାଲ 22 ଟି ଗ୍ରାଣ୍ଡ ସ୍ମାମ ସହିତ 2 ୟ ସ୍ଥାନରେ ରହିଛନ୍ତି । ସର୍ବିଆର ଟେନିସ ତାରକା ନୋଭାକ ଜୋକୋଭିଚ ସର୍ବାଧିକ 24 ଟି ଗ୍ରାଣ୍ଡ ସ୍ମାମ ଜିତି ତାଲିକାର ଶୀର୍ଷରେ ରହିଛନ୍ତି ।