ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ହୋଇଉଠିଛି ଗାଁ ଠୁ ସହର । ଆଜି ପୀଠରେ ମହାଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାସପ୍ତମୀ ପୂଜା ରହିଛି । ସବୁଠି ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ଆଜି ମହାସପ୍ତମୀ ପୂଜାରେ ବିଶେଷ ରୀତିନୀତିରେ ପୂଜା ପାଇବେ ମା ଦଶଭୂଜା । ସକାଳୁ ସୂର୍ଯ୍ୟପୂଜା ଗୋ ପୂଜା କରାଯାଇଛି । ପରେ କଳସ ଯାତ୍ରା କରାଯାଇ ରୀତିନୀତି ଅନୁସାରେ ପୂଜା କରାଯାଇ ମାଙ୍କ ପ୍ରାଣପ୍ରତିଷ୍ଠା ଓ ଚକ୍ଷୁ ଦାନ କରାଯାଇଛି । ବୁଧବାର ମହାଷଷ୍ଠୀରେ ପରମ୍ପରେ ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ବବରଣୀ କରାଯାଇଥିଲା । ତେବେ ରାଜଧାନୀ ଭୁବନେଶ୍ବର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇଛି । ସୁନା ଚାନ୍ଦି ମେଢରେ ମାଆଙ୍କ ମୂତ୍ତି ସଜ୍ଜିତ ହୋଇଛି । ଟ୍ବିନ ସିଟିରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ତା ସାଙ୍ଗକୁ ମୀନା ବଜାର ଦର୍ଶକଙ୍କ ମନ ମୋହୁଛି ନୟାପଲ୍ଲୀ , ସହିଦ ନଗର , ଝାରପଡ଼ା, ରସୁଲଗଡ଼, ବରମୁଣ୍ଡା, ସହିଦନଗର , ଷ୍ଟେସନ ବଜାର ଆଦି ପ୍ରମୁଖ ମଣ୍ଡପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।