ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳର ଟ୍ରେଣ୍ଡ ଆସିଯାଇଛି । ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ରାଜ୍ୟର ସମସ୍ତ 90 ଟି ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ଅଛି । ଏଥିସହ କଂଗ୍ରେସ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସେପଟେ ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଚଳାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟ ହରିୟାଣାରେ ଏକ ବଡ଼ ବ୍ୟାଟିଂ ଖେଳି 90 ଟି ସିଟ୍ ମଧ୍ୟରୁ 88 ଟି ପ୍ରତିଦ୍ୱନ୍ଦ୍ୱିତା କରିଥିଲା । କିନ୍ତୁ ଦଳ ଅମାନତ ହରାଇଛି । ହରିୟାଣାର ଲୋକମାନେ AAPକୁ ପସନ୍ଦ କରୁନାହାଁନ୍ତି। 90 ଟି ଆସନ ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ଆମ୍ ଆଦମୀ ପାର୍ଟି କୈାଣସି ଆସନରେ ଆଗୁଆ ନାହିଁ । କେଜରିଓ୍ବାଲ କହିଥିଲେ ମାଟିର ପୁଅକୁ ସମସ୍ତେ ଗ୍ରହଣ କରିବେ । କିନ୍ତୁ ତାହା ଓଲଟା ହୋଇଛି । ହରିୟାଣାରେ ଆମ୍ ଆଦମୀ ପାର୍ଟିର କୈାଣସି ଭୋଟ ନଥିବା ସ୍ପଷ୍ଟ ହୋଇଛି । ହରିୟାଣା ବିଧାନସଭା ନିର୍ବାଚନରେ ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଚଳାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟ ହରିୟାଣାରେ ଏକ ବଡ଼ ଟକ୍କର ଦେଇ 90ଟି ଆସନ ମଧ୍ୟରୁ 88 ଟି ଆସନରେ ଅମାନତ ହରାଇଛି । 90 ଟି ଆସନ ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ଆମ୍ ଆଦମୀ ପାର୍ଟି କୌଣସି ଆସନରେ ଆଗରେ ନାହିଁ। ସମସ୍ତ 88 ଟି ଆସନରେ ବହୁତ ପଛରେ ଅଛନ୍ତି ।
ସେହିଭଳି ବିଜେପି ସହ ମିଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜେଜେପି ଏଥର ଏକାକୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ନିର୍ବାଚନ ଫଳାଫଳ ଧାରା ଦୃଷ୍ଟିରୁ ଜେଜେପିଙ୍କ ଅବସ୍ଥା ଆମ୍ ଆଦମୀ ପାର୍ଟି ଠାରୁ ଭିନ୍ନ ନୁହେଁ। ଜେଜେପି ଏପର୍ଯ୍ୟନ୍ତ କିଛି ଆସନ ପାଇନାହିଁ । ହରିଆଣାରେ କଂଗ୍ରେସ ନୁହେଁ ବିଜେପି ସରକାର କରିବ । ପ୍ରଥମେ କଂଗ୍ରେସ ଆଗରେ ଥିବା ବେଳେ ଏବେ ବିଜେପି ଆଗରେ ରହିଛି । କଂଗ୍ରେସ ତୁଳନାରେ ବିଜେପି ରାଜ୍ୟରେ ଅଧିକ ଆସନରେ ଆଗୁଆ ରହିଛି। 90ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ 51ଟି ଟିରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ 35ରେ ଆଗୁଆ ରହିଛି।