ହରିୟାଣର ୯୦ ଆସନରୁ ବିଜେପି ମ୍ୟାଜିକ୍ ନଂ ୪୫ରୁ ୧୦ଟି ଆସନ ଅଧିକା ପାଇ ଅର୍ଥାତ୍ ୫୩ ଆସନ ସହ ସରକାର ଗଢିବା ନେଇ ଜଣାପଡ଼ୁଛି ଏବଂ କଂଗ୍ରେସ ୩୪ଟି ଆସନ ମିଳିବ। ଭୋଟ ଗଣତି ଭିତରେ ହରିୟାଣାର ଅମ୍ବାଲା ଛାବନିରୁ ବିଜେପିର ପ୍ରାର୍ଥୀ ଥିବା ଅନିଲ ବିଜ କହିଛନ୍ତି, ‘ଯଦି ଦଳର ହାଇକମାଣ୍ଡ ଚାହିଁବେ ତେବେ ସେ ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।’ ମିଡିଆ ସାମ୍ନାକୁ ଆସି ସେ କହିଛନ୍ତି, ‘ଜନତାର ଫଇସଲା ଠିକ୍ ଦଳକୁ ଯିବ। କଂଗ୍ରେସ ଘୃଣାର ରାଜନୀତି କରେ। ସେମାନେ ପ୍ରେମର ଦୋକାନରେ ଘୃଣାର ସାମଗ୍ରୀ ବିକ୍ରି କରନ୍ତି …।’
ଅନ୍ୟପଟେ, ଗଣନା ଆରମ୍ଭ ପୂର୍ବରୁ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟ ବାହାରେ ସେଲିବ୍ରେସନ ଆରମ୍ଭ କରିଦେଇଥିଲା କଂଗ୍ରେସ। ଦଳୀୟ ସମର୍ଥକମାନେ ଢ଼ୋଲ ବଜାଇ ନାଚୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବିଜେପିର ଲିଡ୍ ପରେ ସେଲିବ୍ରେସନକୁ ସ୍ଥଗିତ ରଖିଛି କଂଗ୍ରେସ।
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି। କଂଗ୍ରେସର ଏକ ତରଫା ବିଜୟ ନେଇ ଆକଳନ କରାଯାଉ ଥିବାବେଳେ ବଦଳି ଯାଇଛି ଟ୍ରେଣ୍ଡ୍। କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି।
ରାଜ୍ୟର ୯୦ ବିଧାନସଭା ଆସନରୁ ବିଜେପି ୫୦ଟିରେ ଆଗୁଆ ଥିବାବେଳେ କଂଗ୍ରେସ ୩୪ରେ ଆଗରେ ରହିଛି। ଏହି ଟ୍ରେଣ୍ଡ୍ ପରେ ଏକଜିଟ୍ ପୋଲର ଗଣିତ ବଦଳିଯାଇଛି। କାରଣ ସାତଟି ଏକଜିଟ୍ ପୋଲର ପୂର୍ବ ଆକଳନ କରିଥିଲେ ଯେ କଂଗ୍ରେସ ହରିୟାଣାରେ ସରକାର ଗଢ଼ିବା।