ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ ଓ କଶ୍ମୀରରେ ହୋଇଥିବା ନିର୍ବାଚନର ଭୋଟ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଥିରେ କଂଗ୍ରେସ ଆଗରେ ରହିଛି। ଅପରପକ୍ଷରେ ଜମ୍ମୁ ଓ କଶ୍ମୀରରେ ବିଜେପି ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ହରିୟାଣା, ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରାରେ କଂଗ୍ରେସ ହରିୟାଣାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏଥିସହ ଜାମ୍ମୁ କାଶ୍ମୀରରେ କଡା ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ମଧ୍ୟ ନଜର ରଖାଯାଉଛି କାରଣ ଏହି ଫଳାଫଳ ଆଗାମୀ ରାଜ୍ୟ ନିର୍ବାଚନରେ ମଧ୍ୟ ପ୍ରଭାବ ପକାଇପାରେ। ଜାମ୍ମୁ କାଶ୍ମୀରରେ 90 ଟି ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ଅନ୍ୟପକ୍ଷେ ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପ୍ରଥମ ଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି।