194 ନକ୍ସଲଙ୍କ ପ୍ରାଣ ଯାଇଛି । 801 ଗିରଫ, 742 ଆତ୍ମସମର୍ପଣ କରିଛନ୍ତି । ଏକଥା କହିଛନ୍ତି ଗୃହମନ୍ତ୍ରୀ … ଅମିତ ଶାହା । ସେ କହିଛନ୍ତି ଯେ ନକ୍ସଲାଇଟ୍ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଏବଂ ବିକାଶ କାର୍ଯ୍ୟର ସମୀକ୍ଷା କରାଯାଉଛି । ବର୍ତ୍ତମାନ ନକ୍ସଲ ଅଞ୍ଚଳରେ ଚୂଡାନ୍ତ ଆକ୍ରମଣ କରାଯିବ ଏବଂ 2026 ସୁଦ୍ଧା ନକ୍ସଲବାଦ ବିଲୋପ ହେବ। ଚଳିତ ବର୍ଷ , “ଜାନୁୟାରୀ 194 ରୁ ନକ୍ସଲମାନଙ୍କୁ ହତ୍ୟା କରାଯାଇଛି, 801 ନକ୍ସଲଙ୍କୁ ଗିରଫ କରାଯାଇଛି ଏବଂ 742 ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ମୁଁ ନକ୍ସଲବାଦ ସହ ଜଡିତ ସମସ୍ତ ଯୁବକଙ୍କୁ ନିବେଦନ କରୁଛି ଯେ ସେମାନେ ଅସ୍ତ୍ର ଛାଡି ମୁଖ୍ୟ ସ୍ରୋତରେ ଯୋଗ ଦିଅନ୍ତୁ। ”ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେୱାଡା ଜିଲ୍ଲାର ସୀମାବର୍ତ୍ତୀ ଜଂଗଲରେ ଗତ ଦୁଇ ଦିନ ତଳେ ହୋଇଥିବା ରାଜ୍ୟର ସବୁଠାରୁ ବଡ ଏନକାଉଣ୍ଟର ଘଟଣାରେ ୩୧ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ଛତିଶଗଡ଼ ରାଜ୍ୟ ଗଠନର ୨୪ ବର୍ଷରେ ଏହା ଥିଲା ବଡ ଏନକାଉଣ୍ଟର। ୩୧ ଜଣ ନକ୍ସଲ ମଧ୍ୟରୁ ୧୩ ଜଣ ମହିଳା ନକ୍ସଲ ଥିଲେ।ତେବେ ପୁଲିସ ଆବୁଝମାଡ ଜଂଗଲର ନେନ୍ଦୁର ଓ ଥୁଲଥୁଲି ଠାରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ନକ୍ସଲ ଏକତ୍ରିତ ହେଉଥିବା ଖବର ପାଇଥିଲା। ତୁରନ୍ତ ଦନ୍ତେୱାଡାର ଡିଆରଜି ଏବଂ ନାରାୟଣପୁର ଜିଲ୍ଲାର ଏସଟିଏଫ ଯବାନ ଜଂଗଲରେ ପଶିଥିଲେ। ପ୍ରାୟତଃ ନକ୍ସଲ ଯବାନଙ୍କୁ ଆମ୍ବୁସରେ ଫସାଇ ମାରନ୍ତି। କିନ୍ତୁ ଏଥର ସେମାନଙ୍କର ଆମ୍ବୁସ ପ୍ଲାନକୁ ସେମାନଙ୍କ ଉପରେ ବ୍ୟବହାର କରାଯାଇଥିଲା। ନକ୍ସଲଙ୍କୁ ଆମ୍ବୁସରେ ଫସାଇ ଯବାନ ଘେରିଥିଲେ।