ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ନାରାୟନପୁର ଜିଲ୍ଲାରେ ପୁଲିସ ସହ ନକ୍ସଲ ଗୁଳିବିନିମୟରେ 32 ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି।
ବିଶେଷ ସୂତ୍ରରୁ ଖବର ପାଇ ସୁକମା ଓ ବିଜାପୁର ଜିଲ୍ଲାର ସୀମାବର୍ତ୍ତି ଅଂଚଳର ମରକାଗୁଡା, ଇରାପଲ୍ଲୀ, ବଟେତଙ୍ଗ, ମଟ୍ଟାଗୁଡ଼େମ ଭଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡ଼ିଆରଜି, ବସ୍ତର ଫାଇଟର୍ସ, ଜିଲ୍ଲା ପୁଲିସ ମିଳିତ ସର୍ଚ୍ଚ ଅପେରସନ କରୁଥିବା ବେଳେ ନକ୍ସଲ ସହ ମୁଁହାମୁହିଁ ହୋଇଥିଲେ। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରହି ରହି ଗୁଳିବିନିମୟ ହୋଇଥିଲା।