ତେହେରାନ : ଇସ୍ରାଏଲ ଆଉ ଇରାନ ମଧରେ ସଂପର୍କ ତିକ୍ତ ହୋଇଛି । ଏବେ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ନେଇ ସମସ୍ତେ ଚିନ୍ତିତ । ଇସ୍ରାଏଲ ଉପରେ ମାଇ ବିଶ୍ବରେ ଏନେଇ ସମସ୍ତେ ଆତଙ୍କିତ । ଏହାରି ଭିତରେ ଇରାନର ସର୍ବୋଚ୍ଚ ନେତା କିନ୍ତୁ ଧମକ ଦେବାରେ ବ୍ୟସ୍ତ । ଇସ୍ରାଏଲକୁ ନାଲି ଆଖି ଦେଖାଇବାକୁ ସେ ଚାହୁଁଛନ୍ତି । ସେ କହିଛନ୍ତି ଇସ୍ରାଏଲକୁ ସମସ୍ତେ ମିଶି ଆକ୍ରମଣ କରିବା ଦରକାର । ଇସ୍ରାଏଲକୁ ଡରିଲେ ସେ ଡରାଇବ । ମଧ୍ୟପୂର୍ବରେ ଚାଲିଥିବା ଉତ୍ତେଜନା ମଧ୍ୟରେ ତେହେରାନରେ ଶୁକ୍ରବାର ନମାଜ ସମୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଏକ ଭାଷଣ ଦେଇଛନ୍ତି, ଯେଉଁଥିରେ ସେ ପାଲେଷ୍ଟାଇନ୍ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଉପରେ କହିଛନ୍ତି। ସେ ହେଜବୁଲ୍ଲା ମୁଖ୍ୟ ହାସନ ନସରୁଲ୍ଲାକୁ ସହିଦ ବୋଲି କହିଛନ୍ତି ।
ପାଲେଷ୍ଟାଇନ ପାଇଁ ତାଙ୍କର ଲଢ଼େଇକୁ ସମ୍ପୂର୍ଣ୍ଣ ବୈଧ ବୋଲି କହିଛନ୍ତି । ସେ କହିଛନ୍ତି ଯେ ପାଲେଷ୍ଟାଇନର ସେମାନଙ୍କ ଜମି ଫେରିପାଇବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ସେ ଇସଲାମିକ ଜଗତକୁ ଏକଜୁଟ ରହିବାକୁ ଆହ୍ୱାନ ଦେବା ସହ ଇରାନଠାରୁ ଆରମ୍ଭ କରି ଲେବାନନ ପର୍ଯ୍ୟନ୍ତ ମୁସଲମାନ ସମ୍ପ୍ରଦାୟ ଏକାଠି ହେବା ଉଚିତ । ଏପରି ହେଲେ ଇସ୍ରାଏଲ ଅଧିକ ଦିନ ତିଷ୍ଠି ପାରିବ ନାହିଁ ବୋଲି ବୋଲି ସେ କହିଛନ୍ତି।