ନୂଆଦିଲ୍ଲୀ: ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସଫଳ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । “୨୦୨୫ ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା କନକ୍ଲେଭ୍ ସର୍ବବୃହତ ଶିଳ୍ପ ସମାବେଶ ହେବାକୁ ଯାଉଛି। ଏହା ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ଓ ପୁଞ୍ଜି ନିବେଶ ପାଇଁ ସହାୟକ ହେବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସମ୍ମିଳନୀ ସୁଦୃଢ଼ ମୂଳଦୁଆ ପକାଇବ।” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ପାଇଁ ରାଷ୍ଟ୍ରଦୂତ ଓ ନିବେଶକଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ଏଥିରେ ଆନ୍ତର୍ଜାତିକ ସହଭାଗିତା ଭିତ୍ତିରେ ଓଡ଼ିଶାରେ ବିଦେଶୀ ପୁଞ୍ଜି ନିବେଶ ନେଇ ଆଜିର ଆଲୋଚନା ଫଳପ୍ରଦ ହୋଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇଛି । ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଆଲୋଚନା କରି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନେଇ ସୁଯୋଗ ଥିବା କହିଛନ୍ତି । ବୈଠକରେ ଶିଳ୍ପ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । ହାଇକମିଶନର, ବାଣିଜ୍ୟ କମିଶନର ଓ କୂଟନୀତିଜ୍ଞ ମଧ୍ୟ ସାମିଲ ହୋଇଥିଲେ । ଓଡ଼ିଶାରେ ପୁ୍ଞ୍ଜି ବିନିଯୋଗ ସୁଯୋଗ ନେଇ ଚାଲିଛି ଆଲୋଚନା । ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ବୈଠକ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ କିପରି ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସୁଯୋଗ ରହିଛି ତାହା କହିଛନ୍ତି । ଓଡ଼ିଶାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଏଠାରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୨୦୨୫ ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନିମନ୍ତ୍ରଣ କରିଛନ୍ତି।
ଏହି ବୈଠକରେ ୩୪ଟି ଦେଶରେ ରାଷ୍ଟ୍ରଦୂତ, ହାଇ କମିଶନର, କନସୁଲ ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ବରିଷ୍ଠ କୂଟନୀତିଜ୍ଞମାନେ ଯୋଗ ଦେଇଥିଲେ। ଏଥିରେ ଆମେରିକା, ଇଂଲଣ୍ଡ, ସିଙ୍ଗାପୁର, ଚୀନ, ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ ଓ ଭିଏତନାମ ଭଳି ଦେଶର ପ୍ରତିନିଧି ସାମିଲ ହୋଇଥିଲେ। ଏହାସହ ଅନେକ ଉଦ୍ୟୋଗୀ ଓ ନିବେଶକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ, ଖଣିଜ ପଦାର୍ଥ ତଥା ଉପଯୁକ୍ତ ଶିଳ୍ପ ନୀତି ବିଷୟରେ ବୈଠକରେ ପ୍ରଦର୍ଶିତ କରାଯାଇଥିଲା। ଏହାସହ ଶିଳ୍ପ ତଥା ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ଉପରେ ଗୁରୁତ୍ଵାରୋପ କରାଯାଇଥିଲା।
“
ସେ ଆହୁରି ମଧ୍ୟ କହିଛନ୍ତି,