ଆସୁଛି ବର୍ଷା । ପୂଜାରେ ବର୍ଷାରେ ଭିଜିବ ଦଶହରା । ରାଜ୍ୟରେ ଆଗାମୀ କିଛି ଦିନ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବ। ତେବେ ଏନେଇ ବାତ୍ୟାର ଭୟ ନଥିବା ପାଣିପାଗ ବିଭାଗର ସୂଚନା ଦେଇଛି । ଆଜିଠୁ ଉତ୍ତର ଓଡ଼ିଶାରେ ସ୍ପଳ୍ପ ବର୍ଷା ସମ୍ଭାବନା ରହିଛି । ପରେ ପୂର୍ବ ଓଡ଼ିଶା , ଦକ୍ଷିଣ ଓଡ଼ିଶାରେ ୪ ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ । ସେପଟେ ବର୍ଷା ନେଇ ୬ ତାରିଖରେ ୧୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆକାଶ ସ୍ବଚ୍ଛ ଯୋଗୁ ଗୁଳଗୁଳି ଜାରି ରହିବ । ୭ ତାରିଖ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ଆସିବ ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର , ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଏବେ ପ୍ରଶାନ୍ତ ମହାସାଗରରେ ନିଉଟ୍ରାଲ ଏଲ ନିନୋ ସ୍ଥିତି ରହିଛି। ଅକ୍ଟୋବର ବା ନଭେମ୍ବର ସୁଧା ଲା- ନିନା ସ୍ଥିତି ରହିପାରେ। ଫଳରେ ଉତ୍ତର ଭାରତରେ ତାପମାତ୍ରା ଭାରତରେ ସ୍ବାଭାବିକ ଠାରୁ କମ୍ ରହିବ । ଚଳିତ ଥର ଅଧିକ ଥଣ୍ତା ଅନୁଭୂତ ହୋଇପାରେ।