ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଚାହୁଁଛନ୍ତି । ଏଥିପାଇଁ ଆବେଦନ କରିଛନ୍ତି । ଆଗାମୀ ଦିନରେ ବିଜେଡି ନେତାଶୂନ୍ୟ ହୋଇଯିବ । ଏପରିକି ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଲେ। ୨ ରାଜ୍ୟସଭା ସାଂସଦ ମିଶିଲେ, ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହିସାବ ମାଗି କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ନବୀନବାବୁ ୨୪ ବର୍ଷର ହିସାବ ଦିଅନ୍ତୁ ବୋଲି ସେ କହିଛନ୍ତି। ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ନେଇ ଆଜି ଏପରି କହିଛନ୍ତି ଶ୍ରୀ ସାମଲ୍। ଶ୍ରୀ ସାମଲ୍ କହିଛନ୍ତି, ବିଜେଡି ରାଜ୍ୟବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା ବର୍ଷ ବର୍ଷ ଧରି ଶାସନ କରିବା ପରେ କିନ୍ତୁ କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି? ତାହାର ହିସାବ ଦିଅନ୍ତୁ। ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିଛି। ଯଦି ନବୀନ ଏହାକୁ ମିଛ କହୁଛନ୍ତି, ତା’ହେଲେ ସ’ତ କଣ କୁହନ୍ତୁ। ସୁଭଦ୍ରା, ଧାନର ଏମ୍ଏସ୍ପି ବୃଦ୍ଧି, ରତ୍ନଭଣ୍ଡାର, ଭତ୍ତା ପ୍ରତିଶ୍ରୁତି ପାଳିଛୁ। ୧୦୦ ଦିନରେ ଏହା ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି ବୋଲି ମନମୋହନ ସାମଲ କହିଛନ୍ତି।