ସରକାର ବଦଳିବା ପରେ ଏବେ ଯୋଜନାର ରଂଗ ବି ବଦଳିଛି । ନବୀନ ସରକାର ସମୟରେ କରଯାଇଥିଲା ସ୍କୁଲର ଉନ୍ନତିକରଣକୁ ଏବେ ପିଏଶ୍ରୀ ନାମ ମିଳିଛି। ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହ ଭିତ୍ତିଭୁମି, ସ୍ମାର୍ଟ କ୍ଲାସରୁମ, ପିଲାଙ୍କ ପାଇଁ ପ୍ରଶସ୍ଥ ଖେଳ ପଡିଆ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଥିବ ତେବେ ସେହି ବିଦ୍ୟାଳୟ ଗୁଡିକ ପିଏମଶ୍ରୀ ଶ୍ରେଣୀରେ ଅନ୍ତର୍ଗତ ହେବ। ପୂର୍ବ ସରକାର ସମୟରେ 5T ସ୍କୁଲ ମଧ୍ୟରେ ଏହି ସ୍କୁଲର ଉନ୍ନତିକରଣ କରାଯାଇଥିବା ସହ ସ୍ଥାନୀୟ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କର ଏହି ସ୍କୁଲ ପାଇଁ ଅନେକ ଅବଦାନ ରହିଛି। ପିଏମଶ୍ରୀ ମାନ୍ୟତା ପାଇବା ପରେ ବିଦ୍ୟାଳୟର ଭିତ୍ତିଭୂମି ସହ ଶିକ୍ଷାର ମାନରେ ପରିବର୍ତ୍ତନ ହେବ ବୋଲି ଆଶା ରହିଛି । ସେପଟେ ନାମ ପରିବର୍ତ୍ତନକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ । ମିଛ କାହାଣୀ କହି ବିଜେପି କ୍ଷମତାକୁ ଆସିଛି । ଆପଣ ମାନେ ମାଗଣାରେ ୩ଶହ ୟୁନିଟ୍ ବିଜୁଳୀ ପାଉଛନ୍ତି ? କେତେ ଜଣ ମା’ ୫୦ ହଜାର ଟଙ୍କା ପାଇଲେଣି ? ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସୁପ୍ରିମୋ । ନିର୍ବାଚନ ବେଳେ ହାତୀ ଦେବି ଘୋଡ଼ା ଦେବି ବୋଲି କହିଥିଲା ବିଜେପି । ଏବି ବିଜେପିର ମିଛକୁ ଜାଣି ସାରିଲେଣି ଓଡ଼ିଶାର ଲୋକ ।