ଭଦ୍ରକ : ସାମାନ୍ୟ ଘଟଣାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ଟକରା ଟକରି ପରିସ୍ଥିତି ସୃଷ୍ଟି ହେଲା । ଏହାକୁ ନେଇ, ଅଶାନ୍ତ ହେଲା ଭଦ୍ରକ ଜିଲ୍ଲା । ତେବେ ସହରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ପ୍ରୟାସ କରୁଛି। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଏହି ବିବାଦ ଘନେଇଥିଲା । ପୁରା ଜିଲ୍ଲାରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଲାଗିଛି BNSSର ଧାରା ୧୬୩। ବର୍ତ୍ତମାନ ସୁଦ୍ଧା ଘଟଣାରେ ମୋଟ ୧୫ ଜଣ ଗିରଫ ହୋଇଥିବା ପୋଲିସ କହିଛି । ଗୁଜବ ରୋକିବାକୁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ପୁରୁଣାବଜାର ଅଂଚଳରେ ପୋଲିସର କଡ଼ା ପହରା ଜାରି ରହିଛି । ଧାମନଗର ଓ ଦୋବଲ ମଧ୍ୟ ପୋଲିସର ସୁରକ୍ଷା କଡ଼ାକଡ଼ି କରିଛି । ଭଦ୍ରକ ସହରରେ ଫ୍ଲାଗମାର୍ଚ୍ଚ କରିଛି ଜିଲ୍ଲା ପ୍ରଶାସନ। ଶାନ୍ତି ବଜାୟ ରକିବାକୁ ଅପିଲ କରିଛନ୍ତି ବରିଷ୍ଠ ଅଧିକାରୀ, ନେତା, ମନ୍ତ୍ରୀ ।
ଭଦ୍ରକ ଜିଲ୍ଲାରେ ପ୍ରଶାସନିକ କଟକଣାରୁ ଇଣ୍ଟରନେଟ ବନ୍ଦ ରହିଛି । ପୋଲିସ ଡରରେ ଅନେକ ଦୋକାନ ବନ୍ଦ ରହିଛି। ୩ ଦିନ ହେଲାଣି ଜିଲ୍ଲାରେ ଲାଗି ରହିଛି ଅଶାନ୍ତ ବାତାବରଣ। ଭଦ୍ରକ ସହର ସମେତ ଧାମନଗର ଏବଂ ଦୋବଲ ଅଂଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବାରୁ ପୋଲିସ ସତର୍କ ରହିଛି । ଏଠାରେ ଗୋଷ୍ଠୀ ସଂଘର୍ଷରୁ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଲୋକେ।
ସ୍ଥିତି ସ୍ବାଭାବିକ କରିବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ। ନଙ୍ଗାମହଲା ଅଂଚଳରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ମୁତୟନ ହୋଇଛନ୍ତି ରାପିଡ୍ ଆକ୍ସନ ଫୋର୍ସ। ଜିଲ୍ଲାପାଳ, ପୂର୍ବାଞ୍ଚଳ ଡିଆଇଜି, ଏସପି ସହରରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି।ଗୁଜବ ପ୍ରସାର ଯେମିତି ନହୁଏ ସେଥିଲାଗି ଇଣ୍ଟରନେଟ ସେବା ବନ୍ଦ ରହିଛି। ସାରା ଭଦ୍ରକ ଜିଲ୍ଲାରେ ଲାଗିଛି BNSSର ଧାରା ୧୬୩। ମୁଖ୍ଯ ଅଭିଯୁକ୍ତ ସହିତ ବର୍ତ୍ତମାନ ସୁଦ୍ଧା ମୋଟ ୧୫ ଜଣ ଗିରଫ ହୋଇଛନ୍ତି। ଭଦ୍ରକ ସହରରେ ୮ ଏବଂ ଧାମନଗରରୁ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ନଙ୍ଗାମହଲା, ସନ୍ଥିଆଛକ, ପୁରୁଣାବଜାର, ଚନ୍ଦନବଜାର ଅଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର। କଚେରୀଛକ, ମେଡିକାଲ ଛକ, ବସଷ୍ଟାଣ୍ଡ ଛକ, ପୋଷ୍ଟ ଅଫିସ ଛକ, ଅପର୍ତ୍ତିବିନ୍ଧା ଛକରେ ସ୍ଥିତି ସ୍ବାଭାବିକ ରହିଛି। ଚଳିତ ମାସରେ ଭଦ୍ରକ ଜିଲ୍ଲାରେ ଏଭଳି ୩ଟି ଘଟଣା ଘଟିସାରିଲାଣି। ଗତ ୧୧ ତାରିଖରେ ଧୁଷୁରି, ୧୯ ତାରିଖରେ ପାଳିଆବିନ୍ଧା ଓ ୨୭ ତାରିଖରେ ଧାମନଗର ଓ ଭଦ୍ରକରେ ସମାନ ଘଟଣା ଘଟିଛି। ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପ୍ରଶାସନ । ଆଗାମୀ ଦିନରେ ହିଂସାକୁ ରୋକିବାକୁ ପୋଲିସ କଡ଼ା ପଦକ୍ଷେପ ନେଇଛି । ଲୋକଙ୍କୁ ଶାନ୍ତିରେ ରହିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।