ପାର୍ବଣ ପୂର୍ବରୁ ପାରମ୍ପରିକ ଅଳଙ୍କାରଠାରୁ ମୂଲ୍ୟବାନ ଗହଣାର ଦାମ ରେକର୍ଡ଼ସ୍ତରରେ ପହଞ୍ଚିଛି । ଏପରିକି ଉଭୟ ଜାତୀୟ ଓ ଘରୋଇ ବଜାରରେ ସୁନା ଦର ସର୍ବାଚ୍ଚ ସ୍ତର ଛୁଇଁଥିବାବେଳେ ଭୁବନେଶ୍ବରରେ ରୂପା କିଲୋ ଲକ୍ଷେ ଉପରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଆମଦାନୀ ହୟାସ କାରଣରୁ ସୁନା , ରୁପା ଓ ଅନ୍ୟାନ୍ୟ ମୂଲ୍ୟବାନ ଗହଣାର କଞ୍ଚାମାଲ ଦର ବୃଦ୍ଧି ପାଇଥିବାବେଳେ ଗହଣା ବଜାରରେ ମଧ୍ୟ କ୍ରମାଗତ ଭାବେ ଦର ବୃଦ୍ଧି ହୋଇଚାଲିଛି ।
ସେହିଭଳି ଭୁବନେଶ୍ବରରେ ରୁପା କିଲୋଗ୍ରାମର ଦାମ 1.02,000 ଟଙ୍କାରେ କାରବାର ହେଉଥିବାବେଳେ 24 କ୍ୟାରେଟ ସୁନା 10 ଗ୍ରାମ ପିଛା 77 , 450 ଟଙ୍କାରେ ପହଞ୍ଚିଛି । ଏପରିକି 22 କ୍ୟାରେଟ ସୁନା 10 ଗ୍ରାମ ପିଛା 71,000 ଟଙ୍କାର କାରବାର ହେଉଥିବାବେଳେ 18 କ୍ୟାରେଟ ସୁନା 10 ଗ୍ରାମ ପିଛା 58, 090 ଟଙ୍କାରେ ବିକ୍ରି ହେଉଛି ବୋଲି ଭୁବନେଶ୍ବରର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନୁଡ଼ିକ ପକ୍ଷରୁ ବିସ୍ତୁତ ଭାବେ ସୂଚନା ଦିଆଯାଇଛି ।
ସେହିପରି ନୂଆଦିଲ୍ଲୀରେ ରୂପା ରୁପା ୧ କି.ଗ୍ରା.ର ଦାମ ୯୮,୦୦୦ ଟଙ୍କାରେ କାରବାର ହେଉଥିଲାବେଳେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୭୭,୧୮୩ ଟଙ୍କାରେ ପହଞ୍ଚତ୍ଛି। ଏପରିକି ୨୨ କ୍ୟାରେଟ ସୁନା ୧୦ଗ୍ରାମ ପିଛା ୭୦,୭୬୦ ଟଙ୍କାର କାରବାର ହେଉଥିଲା ବେଳେ ୧୮ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ପ୍ରାୟ ୫୯,୦୦୦ଟଙ୍କାରେ ବ୍ରିକି ହେଉଛି। ଅପରପକ୍ଷରେ କୋଲକାତା, ଚେନ୍ନାଇ ଏବଂ ମୁମ୍ବାଇ ଭଳି ସହରରେ ରୁପା କେଜି ପ୍ରତି ୯୮,୮୦୦ ଟଙ୍କା,୧,୦୩,୬୦୦ ଟଙ୍କା ଏବଂ ୯୭,୫୦୦ଟଙ୍କାରେ କାରବାର ହେଉଛି। ଏପରିକି ଉପରୋକ୍ତ ସହରଗୁଡିକରେ ସୁନା ଦର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୭,୦୩୫ ଟଙ୍କା, ୭୭୦୩୧ ଟଙ୍କା ଏବଂ ୭୭୦୩୭ ଟଙ୍କାରେ ପହଞ୍ଚତ୍ଛି।