ଭରତପୁର ଥାନା ମାମଲା । ଆଜି ଗୁଜୁରାଟ ଯିବେ ନିଲମ୍ବିତ 5 ପୁଲିସ କର୍ମଚାରୀ । ସୋମବାର ଗାନ୍ଧୀନଗର ସ୍ଥିତ ଫେରାନ୍ସିକ ଲାବୋଟୋରିରେ ମିଛଧରା ପରୀକ୍ଷାରେ ସମ୍ମୁଖୀନ ହେବେ । ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଓ ଲାଏ ଡ଼ିଟେକ୍ସନ ପରୀକ୍ଷା ହେବାକୁ ଥିବା ବେଳେ ଅନ୍ୟ 4ଜଣଙ୍କର କେବଳ ମିଛଧରା ପରୀକ୍ଷା କରାଯିବ ।
ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏସଆଇ ସାଗରିକା ରଥ, ସରିଳାମୟୀ ସାହୁଙ୍କୁ ଏହି ମାମଲାରେ ନିଲମ୍ବନ କରାଯାଇଛି । ତେଣୁ ସେମାନଙ୍କଠାରୁ ଘଟଣା ଦିନ ରାତିର ପ୍ରକୃତ ସତ ବାହାର କରିବାକୁ ଏହି ସାଇଣ୍ଟିଫିକ ପରୀକ୍ଷା କରାଯିବ । ମାତ୍ର ସ୍ବାଧୀନ ସାକ୍ଷୀ ଏସଆଇ ପ୍ରଶାନ୍ତ ମହାରାଣାଙ୍କୁ ମଧ୍ୟ ଏହି ପରୀକ୍ଷାରେ ବସିବାକୁ ପଡ଼ିବ । ଏଥିପାଇଁ କୋର୍ଟରେ ଆବେଦନ କରାଯାଇଥିଲା ଏବଂ ପକ୍ଷଙ୍କ ସହମତି ମିଳିବା ପରେ କୋର୍ଟ ଏସବୁ ପରୀକ୍ଷା କରାଇବେକୁ ଅନୁମତି ଦେଇଛନ୍ତି । ତେଣୁ ଆଜି ସେମାନଙ୍କୁ ନେଇ ଗୁଜୁରାଟ ଗସ୍ତ କରିବେ କ୍ରାଇମବ୍ରାଞ୍ଚ ଟିମ ।