ପ୍ରତ୍ୟାହୃତ ହେଲା ନର୍ସ କର୍ମଚରୀଙ୍କ ଆନ୍ଦୋଳନ । ଲୋକସେବା ଭବନରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ସିଂ ସଂଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ଘୋଷଣା କରିଛି । ଗତ 4 ଦିନ ରାଜ୍ୟବ୍ୟାପି ନର୍ସିଂ ଷ୍ଟାଫ ମାନେ ଆନ୍ଦୋଳନ କରୁଥିଲେ । 10 ଦଫା ଦାବି ପୂରଣ ପାଇଁ ଜିଦରେ ଅଡ଼ି ବସିଥିଲେ ନର୍ସ । ଏପରିକି ସିରିଞ୍ଜି ଛାଡ଼ ଆନ୍ଦୋଳନ କରିବାରୁ ରାଜ୍ୟବ୍ୟାପି ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା । କ୍ୟାବିନେଟ ବୈଠକ ପରେ ଲୋକସେବା ଭବନରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କରିଥିଲେ ନର୍ସିଂ ଅଧିକାରୀ । ଏହାପରେ ରାତିରେ ଆନ୍ଦୋଳନ ପ୍ରତ୍ୟାହୃତ ହେଲା ବୋଲି ନିର୍ସିଂ ଅଧିକାରୀ ଘୋଷଣା କରିଥିଲେ ।
6 ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି । ନିୟମିତ ହୋଇନଥିବା ନର୍ସିଂ ଅଫିସରଙ୍କୁ ନିୟମିତ କରାଯିବ । ଆଉଟସୋର୍ସିଂ ସଂସ୍ଥା ଦ୍ବାରା ନିଯୁକ୍ତି ବନ୍ଦ ହେଉ । କେବିବେ ଅଞ୍ଚଳରେ କାମ କରୁଥିବା ନର୍ସିଂ ଅଫିସରଙ୍କୁ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ଦିଆଯାଉ । ଆୟୁଷ୍ମାନ କେନ୍ଦ୍ରରେ ଥିବା ସିଏଚଓଙ୍କୁ ସରକାରୀ ହସ୍ପିଟାଲରେ ନିଯୁକ୍ତି ଭଳି ୧୦ ଦଫା ଦାବିରେ ଏହି ଆନ୍ଦୋଳନ କରିଥିଲେ ନର୍ସିଂ ଅଧିକାରୀ।