Thursday, May 15, 2025
No Result
View All Result
Odisha 365

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ଜନତାଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରୁ ପୋଲିସ୍

Ramesh Parida by Ramesh Parida
Sep 28, 2024, 05:25 pm GMT+0530
FacebookTwitterWhatsAppTelegram

ଭୁବନେଶ୍ବର: ଦିନ ଥିଲା ପୋଲିସ ତାଙ୍କୁ ଥାନାରୁ ବାହାର କରିବାକୁ କହିଥିଲା । ତାଙ୍କୁ କେବଳ ନୁହେଁ ଏମିତି ଅନେକ ମନ୍ତ୍ରୀ, ବିଧାୟକଙ୍କୁ ମଧ୍ୟ ପୋଲିସ ଖରାପ ବ୍ୟବହାର ଦେଖାଇଥାଏ । ଏସବୁ ବ୍ୟବହାର ନିହାତି ବଦଳିବା ଦରକାର । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଓଡ଼ିଶା ପୋଲିସର ବଦନାମ ଅଧିକ  । ଲୋକ ଦେଖି ବ୍ୟବହାର କରିଥାଏ । ତେଣୁ ପୋଲିସକୁ ବନ୍ଧୁ ଭଳି ବ୍ୟବହାର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।  ପୁଲିସ୍ ହେଉଛି ଜନତାଙ୍କ ବନ୍ଧୁ, ତେଣୁ ଜନତାଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରୁ ପୋଲିସ୍। ଅଯଥା ଲୋକଙ୍କୁ ହଇରାଣ ନକରୁ ।  ନିଜ ସହ କେନ୍ଦୁଝର ଥାନାଧିକାରୀ ଓ ଜିଲ୍ଲାପାଳଙ୍କ ବ୍ୟବହାର ଘଟଣାକୁ ନେଇ ଆଜି ପୁଣି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାସହ ଜିଲ୍ଲାପାଳ ଓ ଏସପିଙ୍କ ଡ୍ୟୁଟିକୁ ନେଇ ବି ପରାମର୍ଶ ଦେଇ କହି ଥିଲେ ଲୋକମାନଙ୍କ ସେବା ପାଇଁ ଆମେ ଅଛେ  ।

ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ନିଜେ ରାତି ଦୁଇଟା ଯାଏ କାମ କରୁଛି । ଏପରିକି ଦିନେ ଦିନେ ରାତି ତିନିଟା ଯାଏ କାମ କରିବାକୁ ପଡୁଛି । ତେଣୁ ସରକାରୀ ଚାକିରିରେ ରହି 8 ଘଂଟା କାମ କରିବା କଥା କହିବା ଠିକ୍ ନୁହେଁ । ଆମକୁ ୨୪ ଘଣ୍ଟିଆ କାମ କରିବାକୁ ପଡ଼ିବ ବୋଲି ସେ ପୁଲିସ୍‌ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଜିଲ୍ଲାପାଳ-ଏସପି ସମ୍ମିଳନୀରେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିଜ ଅଭିଭାଷଣ ରଖି  ସାଧାରଣ ଜନତାଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି।  ସେ କହିଛନ୍ତି, ପୁଲିସ୍‌ ଅଧିକାରୀ ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ସହ ତାଙ୍କ ଅଭିଯୋଗ ଶୁଣିବା ସମୟରେ ଧୈର୍ଯ୍ୟ ରକ୍ଷା କରନ୍ତୁ। ତେବେ ଯାଇ ପୁଲିସ ଜନତାଙ୍କ ବେଶ୍ ଆସ୍ଥାଭାଜନ ହୋଇପାରିବ ।

ଆମେ ଜନତାଙ୍କ ପାଇଁ ଏଇଠି ବସିଛନ୍ତି। ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ଜରୁରୀ। ସଂଯମତା ରକ୍ଷା କରିବା ସହ ସହନଶୀଳତା ରକ୍ଷା କରି ସେମାନଙ୍କୁ ଶୁଣିବାର ଆବଶ୍ୟକତା ରହିଛି। ମହିଳାଙ୍କ କ୍ଷେତ୍ରରେ ଯଦି କୌଣସି ଅଧିକାରୀ ଦାୟିତ୍ୱ ନିର୍ବାହରେ ଅବହେଳା କରୁଥିବା ଜଣାପଡ଼େ, ତାହାକୁ କେବେ ବି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ।

ସେହିପରି ପାର୍ବଣବେଳେ ଆଇନଶୃଙ୍ଖଳା ସ୍ଥିତି, ନକ୍ସଲବାଦ ଦମନ ଏବଂ ସାଇବର କ୍ରାଇମ୍ ବିରୋଧରେ ଆକ୍ସନ ନେବା ଜରୁରୀ ବୋଲି ସେ କହିଛନ୍ତି। ଏହାବ୍ୟତୀତ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କ ଅନୁପ୍ରବେଶ ରୋକିବା ଉପରେ ବି ସେ ଗୁରୁତ୍ୱାରୋପ କରିଛନ୍ତି।

ରାତି ୨ଟାରେ ବି ମହିଳା ଜଣକ ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ ଓ ତୁରନ୍ତ ମାମଲା ଦାଏର କର। ସରକାର ବଦଳିଛି, ତ୍ରୁଟି ସୁଧାରି ଦିଅ।’ ଆଜି କିଛି ଏଭଳି ଭାବେ କଡ଼ା କଥା ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର ଦ୍ୱିତୀୟ ଦିନରେ ଗତକାଲି ଭଳି ଆଜି ବି ଅଧିକାରୀଙ୍କୁ ପାଠ ପଢ଼ାଇଛନ୍ତି ସିଏମ୍। ସମ୍ମିଳନୀ ଆରମ୍ଭରୁ ହିଁ ମହିଳାଙ୍କ ଅପରାଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟରେ ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩%। ମହିଳା ଅସଦାଚରଣ ମାମଲା ରାଜ୍ୟରେ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ଜିଲ୍ଲାୱାରୀ ତଦନ୍ତ ଓ ଦଣ୍ଡବିଧାନ ରିପୋର୍ଟ ପୁଲିସ୍ ଡିଜିଙ୍କୁ ମାଗିଛନ୍ତି ମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି, ସରକାର ବଦଳିଛି, ଏବେ ନୂଆ ସରକାରରେ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ଥାନାକୁ ଅଭିଯୋଗ ଗଲେ, ବିଶେଷ ଭାବେ ମହିଳା ଅଭିଯୋଗ କଲେ ଧୈର୍ଯ୍ୟର ସହ ସେ ସବୁ ଶୁଣନ୍ତୁ। ରାତି ହେଉ କି ଦିନେ, ଏପରିକି ରାତି ୨ଟାରେ ଥାନାକୁ ଗଲେ ମହିଳାଙ୍କ ସହ ଭଲ ବ୍ୟବହାର ଦେଖାଇ ମାମଲା ତୁରନ୍ତ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍।

ପ୍ରତି ଥାନାରେ ସମସ୍ତଙ୍କ ପାଖରେ ରହିବ ବାଇକ୍। କାର୍ଯ୍ୟକୁ ସରଳ ଓ ସହଜ କରିବାକୁ ସରକାରଙ୍କ ପକ୍ଷରୁ ବାଇକ୍ ଦିଆଯିବ। ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିନରେ ପୁଲିସ ବିଭାଗ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ଥାନାରେ ସମସ୍ତଙ୍କ ପାଇଁ ଗୋଟିଏ ଲେଖାଏ ନୂଆ ବାଇକ୍ ଦିଆଯିବ। ପ୍ରତ୍ୟେକ ପୁଲିସ ଅଧିକାରୀ ନିଜ ନାଁରେ ବାଇକ ନେବେ। ଖୁବଶୀଘ୍ର ୯ ହଜାର ବାଇକ୍ ଦିଆଯିବ। ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏ ଚାରି ଚକିଆ ଗାଡ଼ି ଦିଆଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଲିସରେ ଖାଲି ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କହିଛନ୍ତି, ୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଛି। ହୋମଗାର୍ଡଙ୍କ ମୃତ୍ୟୁ ହେଲେ ପ୍ରୋତ୍ସାହନ ସହ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଯୋଜନା ରହିଛି।

Tags: cmmohan majhinewsodishaTOP NEWS
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

Latest News

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଭୋଲାନାଥ ପାଣ୍ଡେଙ୍କ ମୃତ୍ୟୁ: ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ମୁକ୍ତି ପାଇଁ ବିମାନ ଅପହରଣ କରିଥିବା କଂଗ୍ରେସ ନେତା

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

 ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ହାରିବା ତାର ଅଭ୍ୟାସ

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.