ଲୋକସେବା ଭବନରେ ଶନିବାର ଆୟୋଜିତ ଜିଲ୍ଲାପାଳ ଏବଂ ଏସପିମାନଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଗତ ସରକାରରେ ହୋମଗାର୍ଡ଼ଙ୍କ ନିଯୁକ୍ତିକୁ ବନ୍ଦ କରି ଦିଆଯାଇଥିଲା । ଆମ ସରକାର ହୋମଗାର୍ଡ଼ଙ୍କ ନିଯୁକ୍ତିକୁ ଗୁରୁତ୍ବ ଦିଆଯାଉଛି । ହୋମଗାର୍ଡ଼ମାନେ ସବୁଠୁ ଅଧିକ କାମ କରିଥାନ୍ତି । ମାତ୍ର ତାଙ୍କୁ କେହି ପଚାରନ୍ତିନି । ନୂଆ ନିଯୁକ୍ତି ମଧ୍ୟ ଦିଆଯିବ । ରାଜ୍ୟରେ 2998 ହୋମଗାର୍ଡ଼ଙ୍କୁ ପୁନଃ ନିଯୁକ୍ତି ମିଳିବ । ଏଥିସହିତ କାର୍ଯ୍ୟରତ ହୋମଗାର୍ଡ଼ଙ୍କ ଦେହାନ୍ତ ହେଲେ କ୍ଷତିପୂରଣ ଦେବାକୁ ଯୋଜନା ଚାଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ମୃତ୍ୟୁ ପରେ ପରିବାରର ଜଣଙ୍କୁ ମଧ୍ୟ ଚାକିରି ମିଳିବ । ଆଉ 10 ଟି ଓଡ଼୍ରାଫ ୟୁନିଟ ବଢାଯିବ ବୋଲି ସେ କହିଛନ୍ତି ।
ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆାରେ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ସେ କହିଛନ୍ତି ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ବିଗତ 22 ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା । 2022 ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର 9.73 ପ୍ରତିଶତ ।ଯାହା ଅତ୍ୟନ୍ତ ନୈରାଶ୍ୟଜନକ ଆମ ସରକାର ଏହାକୁ ବରଦାସ୍ତ କରିବନି ।
ସପ୍ତାହେ ଭିତରେ ଏସପିମାନେ ଏ ସମ୍ପର୍କିତ ପେଣ୍ଡି ମାମଲା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ଯେତେବେଳେ ଆସିବେ ଶୁଣନ୍ତୁ ରାତି 2 ରେ ଆସିଲେ ବି ଶୁଣିବେ । ପୋଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତୁ । ଥାନାରେ ଥିବା ମନ୍ଦିର ଓ ଶିଶୁ ଡ଼େସ୍କକୁ ଅଧିକ କାର୍ଯ୍ୟଶୀଳ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ପୋଲିସ ପାଖରେ ବାଇକ ରହିବ । ଥାନାରେ 2 ଟି ଜିପ ରହିବ । ଏଥିସହିତି ଓଡ଼୍ରାଫ ଟିମ ମଧ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।