‘ପୋଷଣ ମାସ ୨୦୨୪’ ର ସଫଳତା । ଏକ ଦେଶବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ପୋଷଣ ସଚେତନତାକୁ ପ୍ରୋତ୍ସାହିତ କରୁଛି ଏବଂ ସୁସ୍ଥ ଭାରତ ଗଠନ ଦିଗରେ ପଦକ୍ଷେପ ନେଉଛି । ଚଳିତ ବର୍ଷ ସପ୍ତମ ପର୍ଯ୍ୟାୟରେ ପୋଷଣ ମାସ ଅଭିଯାନ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଜୋର୍ ଦେଇଛି । ଯାହା ମଧ୍ୟରେ ଅଛି ରକ୍ତହୀନତାକୁ ଦୂର କରିବା, ଅଭିବୃଦ୍ଧିକୁ ମନିଟର କରିବା, ଉତ୍ତମ ପ୍ରଶାସନ ଓ ପ୍ରଯୁକ୍ତି ବଳରେ ସଫଳ ସେବା ପ୍ରଦାନ, ‘ପୋଷଣ ବି, ପଢ଼ାଇ ବି’ ଏବଂ ଅତିରିକ୍ତ ପୋଷଣ ଇତ୍ୟାଦି । ୨୦୧୮ ମସିହାରୁ ଏ ପର୍ଯ୍ୟନ୍ତ ଛଅଟି ପୋଷଣ ମାସ ଏବଂ ପୋଷଣ ପଖୱାଡା ପାଳନ କରାଯାଇଛି, ଏବେ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ଚାଲିଛି । ଏହି ସଚେତନତା ଅଭିଯାନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ୧୦୦ କୋଟିରୁ ଅଧିକ ପୋଷଣ କୈନ୍ଦି୍ରକ ପ୍ରଭାବୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଦେଶବ୍ୟାପୀ ଚାଲିଥିବା ରାଷ୍ଟ୍ରୀୟ ପୋଷଣ ମାସର ସପ୍ତମ ସଂସ୍କରଣ ପୋଷଣ ସମ୍ବନ୍ଧୀୟ ଅଭିଯାନକୁ ନୂତନ ଉତ୍ସାହ ଆଣି ଦେଇଛି । ଗୁଜରାଟର ଗାନ୍ଧୀନଗରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ମାସବ୍ୟାପୀ କାର୍ଯ୍ୟକ୍ରମ ଦେଶୁ କୁପୋଷଣ ହଟାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଭିଯାନ । ଉଦଘାଟନୀ କାର୍ଯ୍ୟକ୍ରମରେ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଚାରାରୋପଣ ଅଭିଯାନ ଆରମ୍ଭ ହୋଇଥିଲା, ଯାହାକି ସ୍ଥିର ପରିବେଶ ଓ ପୋଷଣ ମଧ୍ୟରେ ଥିବା ସମ୍ପର୍କର ଏକ ପ୍ରତୀକାତ୍ମକ କାର୍ଯ୍ୟ ।
ରକ୍ତହୀନତାମୁକ୍ତ ଭାରତ
ରକ୍ତହୀନତା ଦୂର କରିବାକୁ ୬ଙ୍ଘ୬ଙ୍ଘ୬ (୬ ବର୍ଷ ବୟସ ଗ୍ରୁପ୍, ଛଅଟି ହସ୍ତକ୍ଷେପ ଏବଂ ଛଅଟି ସଂସ୍ଥାଗତ ତନ୍ତ୍ର) ଭଳି ପଦକ୍ଷେପ ନିଆଯାଇଛି । ଦେଶବ୍ୟାପୀ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ବିକାଶ ଆଣିବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ୨୦୨୪ ଅଗଷ୍ଟ ମାସ ସୁଦ୍ଧା ୯୫% ଗର୍ଭବତୀ ମହିଳା ଏବଂ ୬୫.୯% ଶିଶୁକୁ ଦୁଗ୍ଧପାନ କରାଉଥିବା ମହିଳାଙ୍କୁ ୧୮୦ ଆଇରନ ଏବଂ ଫୋଲିକ ଟାବଲେଟ ପ୍ରଦାନ କରାଯାଇଛି ।
ପ୍ରଯୁକ୍ତି ସଞ୍ଚାଳିତ ସମାଧାନ: ଦଶ କୋଟି ହିତାଧିକାରୀଙ୍କୁ ପୋଷଣ ପ୍ରଦାନର ଉପଯୁକ୍ତ ତଥ୍ୟ ବାବଦରେ ଅନୁ୍ମାନ ଓ ଏହାର ବିକାଶ ଦିଗରେ ପୋଷଣ ଟ୍ରାକର ଭଳି ଡିଜିଟାଲ ପ୍ଲାଟଫର୍ମର ଲାଭ ଉଠାଯାଉଛି ।
ବ୍ୟାପକ ଜନଆନେ୍ଦାଳନ: ପ୍ରତ୍ୟେକ ଘରେ ପୋଷଣ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ସମୁଦାୟ ନେତୃତ୍ୱ ଭିତ୍ତିକ କାର୍ଯ୍ୟକ୍ରମ ହେଉଛି ।
ଚଳିତବର୍ଷର ପ୍ରସଙ୍ଗରେ ଶିଶୁ ପୋଷଣରେ ଗୁରୁତ୍ୱ ଥିବା ପୂରକ ଆହାରକୁ ମଧ୍ୟ ସ୍ଥାନ ମିଳିଛି । ଶିଶୁକୁ ୬ ମାସ ହେବା ପରେ ସ୍ତନ୍ୟପାନ ବାଦ ମଧ୍ୟ ତାକୁ ପୋଷଣ ଓ ଶକ୍ତି ଆବଶ୍ୟକ ଥାଏ । ଏହି ଆବଶ୍ୟକତା ମେଣ୍ଟାଇବାକୁ ପୂରକ ଆହାର ଜରୁରି । ଏହି ବୟସର ଶିଶୁ ମଧ୍ୟ ମା’ କ୍ଷୀର ପରେ ଅଧିକ ଖାଦ୍ୟ ଆବଶ୍ୟକ କରିଥାଏ । ଏହି ପୂରକ ଆହାର କିମ୍ବା ଦୁଗ୍ଧପାନ ସମୟରେ ଶିଶୁ ମାନେ ପୋଷଣହୀନତାର ଶିକାର ହେବାର ସର୍ବାଧିକ ଭୟ ଥାଏ । ଏହି ପଦକ୍ଷେପ ନେବାର ସମୟ ବାବଦରେ ସମୁଦାୟକୁ ସଚେତନା କରିବା ସହ ପରିମାଣ ଓ ନମ୍ବରର ପୂରକ ଦୁଗ୍ଧପାନ ସମ୍ପର୍କରେ ସଚେତନ ହେଲେ ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ବିକାଶ ହୋଇଥାଏ ।
ପୋଷଣ ମାସର ପ୍ରଭାବ:
ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସରେ ଦେଶବ୍ୟାପୀ ଅଭୂତପୂର୍ବ ଯୋଗଦାନ ଦେଖିବାକୁ ମିଳୁଛି । ବିଶେଷ କରି ଶିଶୁ, ପିଲା ଏବଂ ମହିଳାମାନଙ୍କ ଠାରେ ପୋଷକ ତତ୍ତ୍ୱ ବୃଦ୍ଧି ଦିଗରେ ରାଷ୍ଟ୍ରର ଦୃଢ଼ ପ୍ରତିବଦ୍ଧତା ଏଥିରେ ପରିଲକ୍ଷିତ ହେଉଛି । ଦେଶବ୍ୟାପୀ ୯.୨୨ କୋଟିରୁ ଅଧିକ କାର୍ଯ୍ୟକ୍ରମ ସହ ପୋଷଣ ମାସ-୨୦୨୪ ବାସ୍ତବରେ ଏକ ଜନଆନେ୍ଦାଳନରେ ପରିଣତ ହୋଇପାରିଛି । ଏଥିରେ ବିଭିନ୍ନ ସମୁଦାୟ, ସରକାରୀ ସଂସ୍ଥା, ସ୍ୱାୟତ୍ତ ସଂସ୍ଥା ଗୁଡ଼ିକ ତଳସ୍ତରରେ ପୋଷଣ ସଚେତନତା ଦିଗରେ ଭାଗ ନେଇଛନ୍ତି ।
ପୋଷଣ ମାସ ୨୦୨୪ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ
୧. ମହାରାଷ୍ଟ୍ର: ଉଲ୍ଲେଖନୀୟ ଭାବେ ୧.୮୦ କୋଟି କାର୍ଯ୍ୟକ୍ରମ ସହ ଅଗ୍ରଣୀ
୨. ବିହାର: ଏହା ପଛକୁ ବିହାର ୧.୧୭ କୋଟି କାର୍ଯ୍ୟକ୍ରମ ସଫଳତାର ସହ କରିପାରିଛି
୩.ମଧ୍ୟପ୍ରଦେଶ: ବିଭିନ୍ନ ସମୁଦାୟରେ ପହଞ୍ଚିବାକୁ ମଧ୍ୟପ୍ରଦେଶ ୭୯.୩୨ ଲକ୍ଷ କାର୍ଯ୍ୟକ୍ରମ କରିଛି
୪.ଉତ୍ତର ପ୍ରଦେଶ: ବିପୁଳ ଜନସଂଖ୍ୟା ସହ ଉତ୍ତର ପ୍ରଦେଶ ୭୦.୨୮ ଲକ୍ଷ କାର୍ଯ୍ୟକ୍ରମ କରିଛି
୫.ଗୁଜରାଟ ମଧ୍ୟ ୬୬.୭୬ ଲକ୍ଷ କାର୍ଯ୍ୟକ୍ରମ ସହ ତାଲିକାରେ ଯୋଡ଼ି ହୋଇଛି
ଅତିରିକ୍ତ ଭାବେ ଆନ୍ଧ୍ର ପ୍ରଦେଶ ମଧ୍ୟ ୬୫.୫୪ ଲକ୍ଷ କାର୍ଯ୍ୟକ୍ରମ ସହ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି, ଦେଶବ୍ୟାପୀ ପୋଷଣ ଜାଗରୁକତା ବିକାଶ ଓ ପ୍ରକ୍ରିୟା ଅଭିଯାନକୁ ସୁଦୃଢ଼ କରିଛି ।
ପୋଷଣ ମାସ ୨୦୨୪ର ବିଷୟଗତ ଫୋକସ୍
ପୋଷଣ ମାସ-୨୦୨୪ର ସଫଳତାକୁ ବିବିଧ ବିଷୟଗତ ଦୃଷ୍ଟିକୋଣରୁ ପରିଲକ୍ଷିତ ହେଉଛି । ବିଭିନ୍ନ କ୍ଷେତ୍ରର ପୋଷଣ, ସ୍ୱାସ୍ଥ୍ୟ ଏବଂ କୁଶଳତା ଏଥିରେ ସୁସ୍ପଷ୍ଟ । ସର୍ବବୃହତ ପୋଷଣ ଅଭିଯାନ କାର୍ଯ୍ୟସୂଚୀରେ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହିଁ ପ୍ରସଙ୍ଗ ଭାବେ ଟାର୍ଗେଟ କରାଯାଇଛି ।
ରକ୍ତହୀନତାର ପ୍ରତିକାର: ରକ୍ତହୀନତାକୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଏବଂ କିଶୋରୀ ଓ ମହିଳମାନଙ୍କୁ ଏହା ପ୍ରଭାବିତ କରୁଥିବାରୁ ଏହାର ମୁକାବିଲା ପାଇଁ ୧.୮୮ କୋଟି ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇଛି ।
ଅଭିବୃଦ୍ଧିର ତଦାରଖ: ପୋଷଣ ଟ୍ରାକର ମାଧ୍ୟମରେ ବିଭିନ୍ନ ତ୍ରୁଟି କିମ୍ବା ଅଭାବକୁ ତଦାରଖ କରି ଅଭିବୃଦ୍ଧି ଲକ୍ଷ୍ୟରେ ୧.୬୮ କୋଟି କାର୍ଯ୍ୟକ୍ରମ କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ ହସ୍ତକ୍ଷେପ କରାଯାଇଛି ।
ପୂରକ ଆହାର: ୬ ମାସରୁ ୨ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପୂରକ ଆହାର ବା ଅତିରିକ୍ତ ଖାଦ୍ୟ ଆବଶ୍ୟକ । ଏ କ୍ଷେତ୍ରରେ ସଚେତନତା ପାଇଁ ୧.୪୫ କୋଟି କାର୍ଯ୍ୟକ୍ରମ କରାଯାଇଛି ।
ପୋଷଣ ବି ପଢ଼ାଇ ବି: ‘ପୋଷଣ ବି, ପଢ଼ାଇ ବି’ କ୍ଷେତ୍ରରେ ୧.୫୯ କୋଟି କାର୍ଯ୍ୟକ୍ରମ ମାଧ୍ୟମରେ ପୋଷଣ ସହ ଶିକ୍ଷାର ଆବଶ୍ୟକତା ବାବଦରେ ଜୋର୍ ଦିଆଯାଇଛି ।
ଉତ୍ତମ ପ୍ରଶାସନ ପାଇଁ ପ୍ରଯୁକ୍ତି: ପୋଷଣ ପ୍ରଶାସନରେ ପ୍ରଯୁକ୍ତିର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ । ପୋଷଣ ଟ୍ରାକର ଭଳି ଡିଜିଟାଲ ଟୁଲର ବ୍ୟବହାରୁ ପ୍ରୋତ୍ସାହିତ କରିବା ପାଇଁ ୧.୦୮ କୋଟି କାର୍ଯ୍ୟକ୍ରମ ହୋଇଛି ।
ପରିବେଶ ସୁରକ୍ଷା: ପୋଷଣକୁ ସ୍ଥିର ପରିବେଶରୁ ଭିନ୍ନ କରାଯାଇପାରିବନି । ସୁସ୍ଥ ପରିବେଶ ଏବଂ ପୋଷଣର ବିକାଶ ମଧ୍ୟରେ ଥିବା ସମ୍ପର୍କକୁ ଲକ୍ଷ୍ୟ କରି ପରିବେଶ ସୁରକ୍ଷା ପ୍ରସଙ୍ଗରେ ୭୩.୨୦ ଲକ୍ଷ କାର୍ଯ୍ୟକ୍ରମ କରାଯାଇଛି ।
ପୋଷଣ ଭିତ୍ତିକ ହସ୍ତକ୍ଷେପ: ପୋଷଣ ସହ ସିଧାସଳଖ ସମ୍ପର୍କ ଥିବା କ୍ଷେତ୍ର ଗୁଡ଼ିକୁ ପୋଷଣ ମାସ-୨୦୨୪ରେ ଗୁରୁତ୍ୱ ଦିଆଯାଇଛି । ସୁସ୍ଥ ଖାଦ୍ୟ ଗ୍ରହଣ, ବିବିଧ ଖାଦ୍ୟ ସାରଣୀ ଏବଂ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବା ପୋଷକ ତତ୍ତ୍ୱ ଖାଦ୍ୟ ବାବଦରେ ସମୁଦାୟଙ୍କୁ ସଚେତନ କରାଇବା ଦିଗରେ ୯୨.୭୨ ଲକ୍ଷ କାର୍ଯ୍ୟକ୍ରମ କରାଯାଇଛି ।
ଗଣସଚେତନତା କାର୍ଯ୍ୟକ୍ରମ: ପରିବର୍ତ୍ତନକୁ ଗ୍ରହଣ କରିବା ପଇଁ ଗଣସଚେତନତା ଆବଶ୍ୟକ । ଏହି ଲକ୍ଷ୍ୟରେ ୫୪.୨୫ ଲକ୍ଷ କାର୍ଯ୍ୟକ୍ରମ କରାଯାଇଛି ।
ପୋଷଣ ମାସର ଉତ୍ସାହକୁ ଦେଖି ପୋଷଣ ଅଭିଯାନ ମଧ୍ୟ ସୁପୋଷିତ ଭାରତ ଆଡ଼କୁ ଅଗ୍ରସର ହେବାରେ ଲାଗିଛି । ଏହି ଅଭିଯାନରେ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୮୧ଟି ଜିଲ୍ଲାରେ ୧୩,୯୯,୪୮୪ ଅଙ୍ଗନବାଡ଼ି କେନ୍ଦ୍ର ୧୩,୩୩,୫୬୧ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ସାମିଲ ହୋଇଛନ୍ତି । ଏହି କେନ୍ଦ୍ର ଗୁଡ଼ିକ ୯.୯୮ କୋଟି ହିତାଧିକାରୀଙ୍କୁ ସହାୟତା କରୁଥିବା ବେଳେ ୯୮.୬% ଆଧାର ଅପଡେଟ୍ କରିପାରିଛନ୍ତି । ମୌଳିକ ଢାଞ୍ଚାର ବିକାଶ କ୍ଷେତ୍ରରେ ୧,୯୫,୪୯୭ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ କୋଠା ଥିବା ବେଳେ ୨,୭୩,୬୮୦ ଟିର ଶୌଚାଳୟ ଏବଂ ୩,୩୮୬୪୫ ଟିରେ ପାନୀୟ ଜଳ ସୁବିଧା ରହିଛି ।
ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ ଚାଲିଛି । ଚଳିତ ମାସ ୧୩,୩୪,୦୨୬ଟି କେନ୍ଦ୍ର ଅତି କମରେ ୧୫ଦିନ ଖୋଲା ରହିଥିବା ବେଳେ ୯,୫୪୮୦୮ ଟି ୨୫ ଦିନ ଖୋଲା ରହିଥିଲା । ଅଭିବୃଦ୍ଧି ତଦାରଖରୁ ପ୍ରକାଶ, ୮.୫୫ କୋଟି ପିଲା (୦-୬ ବର୍ଷ ମଧ୍ୟରେ), ଘରକୁ ଘର ଗସ୍ତରେ ୮୧.୭୦ ଲକ୍ଷ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ୧.୫୦ କୋଟି ଶିଶୁ (୦-୨ ବର୍ଷ ମଧ୍ୟରେ)ଙ୍କ ପାଖରେ ଅଙ୍ଗନବାଡ଼ି କର୍ମୀ ପହଞ୍ଚି ପାରିଛନ୍ତି । ଦେଶବ୍ୟାପୀ ପୋଷଣ ଓ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଦିଗରେ ପୋଷଣ ଅଭିଯାନର ଏହି ଚିତ୍ର ସ୍ପଷ୍ଟ ଜଣାପଡ଼ୁଛି । (ସମସ୍ତ ତଥ୍ୟ ୨୪ ସେପ୍ଟେମ୍ବର ୨୦୨୪ ସୁଦ୍ଧା)
ପୋଷଣ ଅଭିଯାନ: ଉଦେ୍ଦଶ୍ୟ ଏବଂ ଲକ୍ଷ୍ୟ
ପୋଷଣ ଅଭିଯାନ (ସମଗ୍ର ପୋଷଣ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ବ୍ୟାପକ ଯୋଜନା) ଭାରତ ସରକାରଙ୍କ ଏକ ଆଗୁଆ ଯୋଜନା, ଯାହାକି ୬ ବର୍ଷରୁ କମ୍ ବୟସର ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପୋଷଣ ଶକ୍ତି ବୃଦ୍ଧି କରିବା ଉଦେ୍ଦଶ୍ୟ । ରାଜସ୍ଥାନର ଝୁନଝୁନରେ ୨୦୧୮ ମସିହା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ଅଭିଯାନ ଆରମ୍ଭ ହେବା ପରଠାରୁ ଦେଶବ୍ୟାପୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳତ୍ତେଥା ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତେ ଉତ୍ସାହର ସହ ସାମିଲ ହୋଇଛନ୍ତି ।
ଦେଶବ୍ୟାପୀ କୁପୋଷଣା ଦୂର କରିବାକୁ ପୋଷଣ ଅଭିଯାନ ଦ୍ୱାରା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ଉଦେ୍ଦଶ୍ୟ ରହିଛି । କିଛି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଲା:
୧.୦-୬ ବର୍ଷର ଶିଶୁମାନଙ୍କ ଠାରେ ବାର୍ଷିକ ୨% ଷ୍ଟଣ୍ଟ (ଆନମନା ପଣ) ହ୍ରାସ କରିବା
୨. ବାର୍ଷିକ ୨% କୁପୋଷଣ ହ୍ରାସ କରିବା (ଓଜନ ହ୍ରାସ ରୋକିବା)
୩. ଶିଶୁ, କିଶୋରୀ ଓ ମହିଳାଙ୍କ ରକ୍ତହୀନତାକୁ ବାର୍ଷିକ ୩% ହ୍ରାସ କରିବା
୪.ଜନ୍ମ ସମୟରେ ଓଜନ ହ୍ରାସକୁ ବାଷିକ ୨% କମାଇବା
ପୋଷଣ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ
ଏହି ଅଭିଯାନ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରେ
୧.ଗୁଣମାନର ସେବା ପାଇବା
ଶିଶୁଟିଏ ଜନ୍ମର ପ୍ରଥମ ହଜାରେ ଦିନ ଭିତରେ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ), ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା (ପିଏମଏମଭିୱାଇ)ର ସ୍ୱାସ୍ଥ୍ୟ ସେବା ସୁବିଧା ପହଞ୍ଚାଇବା ।
୨.ଭିନ୍ନ ଭିନ୍ନ କ୍ଷେତ୍ରର ତାଳମେଳ
ବିଭିନ୍ନ ମନ୍ତ୍ରାଳୟ ଭିତରେ ସମନ୍ୱୟ ରଖିବା, ବିଶେଷ କରି ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଜଳ ଓ ପରିମଳ ବିଭାଗ ଏବଂ ଜାତୀୟପାନୀୟ ଜଳ ମିଶନ ଅଧୀନରେ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ।
୩. ପ୍ରାଦ୍ୟୋଗିକୀରୁ ଲାଭ ଉଠାଇବା
ଆଇସିଡିଏସ ଓ ସିଏସସି(କମନ ସର୍ଭିସ ସେଣ୍ଟର) ଭଳି ଟୁଲରୁ ପ୍ରକୃତ ସମୟଭିତ୍ତିକ ତଥ୍ୟ ହାସଲ କରି ହସ୍ତକ୍ଷେପ କରିବା ।
୪. ଜନ ଆନେ୍ଦାଳନ
ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ସମୁଦାୟକୁ ବ୍ୟବହାର କରି ପୋଷଣ ବିରୋଧରେ ଲଢ଼ିବା
ଅତିରିକ୍ତ ଭାବେ ପୋଷଣ ଅଭିଯାନ ୬୯.୪୨ ଲକ୍ଷ ଗର୍ଭବତୀ ମହିଳା ଏବଂ ୪୨.୫୪ ଲକ୍ଷ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଫାଇଦା ଦେଉଛି । ଏବେ ୨୩.୧୭ ଲକ୍ଷ କିଶୋରୀ (୧୪ ବର୍ଷରୁ ୧୮ ବର୍ଷ ଭିତରେ) ଆକାଂକ୍ଷୀ ଜିଲ୍ଲା ଏବଂ ଉତ୍ତର-ପୂର୍ବାଞ୍ଚଳରେ ସ୍କିମ୍ ଫର ଆଡୋଲସେଣ୍ଟ ଗାର୍ଲସ (ଏସଏଜି) ଅଧୀନରେ ସେବା ପାଇପାରୁଛନ୍ତି । କୁପୋଷଣମୁକ୍ତ ଭାରତ ଗଠନ ଦିଗରେ କିଶୋରୀମାନଙ୍କୁ ଗୁରୁତ୍ୱ ଦେବା ଜରୁରି ବୋଲି ବିବେଚନା କରାଯାଉଛି ।
ଟେକ୍ ଇନଫୁ୍ୟଜନ
ପୂର୍ବରୁ ଦେଶରେ କୁପୋଷଣ ତଥ୍ୟ ପାଇବା ଏକ ଆହ୍ୱାନ ହୋଇଥିଲା । ଏହି ସମସ୍ୟାକୁ ଦୂର କରିବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପୋଷଣ ଟ୍ରାକର ଆରମ୍ଭ କରାଯାଇଥିଲା । ୨୦୨୧ ମାର୍ଚ୍ଚ ମାସରେ ଆଇସିଟି(ଇନଫର୍ମେସନ ଆଣ୍ଡ କମୁ୍ୟନିକେସନ୍ସ ଟେକ୍ନୋଲୋଜି) ପକ୍ଷରୁ ଏହି ଆପ୍ ପ୍ରସ୍ତୁତ କରାଯାଇଥିଲା । ଏହା ସ୍ୱତନ୍ତ୍ର ଭାବେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା ଏବଂ ଏଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସ୍ମାର୍ଟ ଫୋନ୍ ଦିଆଯାଇଥିଲା । ଏବେ ମିସନ ପୋଷଣ ୨.୦ରେ ୮.୯ କୋଟି ଶିଶୁ (୦ରୁ ୬ ବର୍ଷ) ସାମିଲ କରାଯାଇପାରିଛି ।
ପୋଷଣ ଟ୍ରାକର ୟୁନିଭର୍ସ
ପୋଷଣ ଟ୍ରାକର ଚତୁପାଶ୍ୱର୍ରେ ପୋଷଣ ଅଭିଯାନ ଘୁରିବୁଲୁଛି । ଏହି ଅଭିଯାନର କେନ୍ଦ୍ରରେ ଅଛନ୍ତି ଅଙ୍ଗନବାଡ଼ି କର୍ମୀ । ସେମାନଙ୍କ ସହାୟତା କରୁଛନ୍ତି ଅଙ୍ଗନବାଡ଼ି ସହାୟକ । ଏମାନେ ଭାରତକୁ କୁପୋଷଣ ମୁକ୍ତ କରୁଛନ୍ତି । ହିତାଧିକାରୀମାନେ ଯେପରି ଅଙ୍ଗନବାଡ଼ି କେନ୍ଦ୍ର ପରିବର୍ତ୍ତନ କରିପାରିବେ ସେ ଦିଗରେ ଟ୍ରାକର ବିନା ତଥ୍ୟ କ୍ଷତିରେ ସହାୟତା କରୁଛି । ହିନ୍ଦୀ ଓ ଇଂରାଜୀ ସହିତ ୨୨ଟି ଆଞ୍ଚଳିକ ଭାଷାରେ ଏହା ଉପଲବ୍ଧ । ୨୦୨୨ ନଭେମ୍ବର ମାସରୁ ପୋଷଣ ହେଲ୍ପଲାଇନ (୧୪୪୦୮) କାର୍ଯ୍ୟ କରୁଛି ।
ପୋଷଣ ମାସ ଓ ପୋଷଣ ପଖୱାଡା ଅବସରରେ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ପକ୍ଷରୁ ହେଉଥିବା କାର୍ଯ୍ୟକ୍ରମ ପୋଷଣ ଟ୍ରାକରର ଜନ ଆନେ୍ଦାଳନ ଡାସବୋର୍ଡରେ ଉପଲବ୍ଧ ହେଉଛି । ପୋଷଣ ଟ୍ରାକରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟର ଆରସିଏଚ (ରିପ୍ରଡକ୍ଟିଭ୍ ଆଣ୍ଡ ଚାଇଲ୍ଡ ହେଲଥ) ଏବଂ ୟୁଡବ୍ଲୁଆଇଏନ୍ ପୋର୍ଟାଲ ସହ ସଂଯୁକ୍ତ କରାଯାଇଛି । ଏଥିରୁ ତଥ୍ୟ ନେଇ ସରକାର ଯେକୌଣସି ରଣନୀତି ପ୍ରସ୍ତୁତ କରିପାରିବେ ।
ଇ-ପ୍ରଶାସନ ପାଇଁ ପୋଷଣ ଟ୍ରାକରକୁ ଜାତୀୟ ପୁରସ୍କାର
ପୋଷଣ ଟ୍ରାକର ପଦକ୍ଷେପ ପାଇଁ ମୁମ୍ବାଇରେ ୩.୦୯.୨୦୨୪ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଇ-ଗଭର୍ଣ୍ଣାନ୍ସ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଡିଜିଟାଲ ଟ୍ରାନ୍ସଫର୍ମେସନ ଓ ରି-ଇଞ୍ଜିନିୟରିଂର ସରକାରୀ ପ୍ରକ୍ରିୟା ପାଇଁ ପୋଷଣ ଟ୍ରାକରକୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିଶୁମାନଙ୍କ ପୋଷଣ ଭିତ୍ତିକ ଅଭିବୃଦ୍ଧିର ମୂଲ୍ୟାଙ୍କନ ଓ ସମୟଭିତ୍ତିକ ମନିଟରିଂ ଜରିଆରେ ଶିଶୁମାନଙ୍କ ସୁସ୍ଥ ଭବିଷ୍ୟତ ଗଠନରେ ପୋଷଣ ଟ୍ରାକର ସହାୟକ ହୋଇପାରିଛି ।
ଫଟୋ ଗ୍ୟାଲେରୀ: ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା କାର୍ଯ୍ୟକ୍ରମର ଦୃଶ୍ୟ
କେରଳର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରିସ୍କୁଲ ଭିଟାମିନ କାର୍ଯ୍ୟକ୍ରମ ଜରିଆରେ ପୋଷଣକୁ ଗୁରୁତ୍ୱ ବାବଦରେ ସଚେତନ କରାଯାଉଛି
କାର ନିକୋବରର ଏଡବ୍ଲୁସି ଲୁକ୍ସି ଟେରେସାରେ ଶିଶୁ, ଗର୍ଭବତୀ ମହିଳା ଏବଂ ନର୍ସିଂ ମା’ ମାନଙ୍କ ପାଇଁ ସୁସ୍ଥ ଖାଦ୍ୟ ବାବଦରେ ସତେନତା କାର୍ଯ୍ୟକ୍ରମ
ଗୁଜରାଟର ବିଭିନ୍ନ ସ୍ଥାନରେ ପୋଷଣ ମାସ ଉପଲକ୍ଷେ ହୋଇଥିବା କାର୍ଯ୍ୟକ୍ରମ