କାର୍ଯ୍ୟବନ୍ଦ ଆନ୍ଦୋଳନରେ ନର୍ସିଂ କର୍ମଚାରୀ ସଂଘ । ଆଜି ଠାରୁ ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀ ସମସ୍ତ ମେଡ଼ିକାଲ ସେବା ଉପରେ ରୋକ ଲଗାଇଛନ୍ତି । 10 ଦଫା ଦାବି ନେଇ ଆନ୍ଦୋଳନକୁ ଜାରି ରଖିଛନ୍ତି ସମସ୍ତ ନର୍ସିଂ କର୍ମଚାରୀ । ଏହାକୁ ନେଇ କଟକ ଏସସିବି ମେଡ଼ିକାଲରେ ପ୍ରଭାବିତ ହୋଇଛି ରୋଗୀସେବା । ଜରୁରୀକାଳୀନ ସେବା ବନ୍ଦ କରିବା ପରେ ଏସସିବିର ସମସ୍ତ ବିଭାଗରେ ବ୍ୟାହତ ହୋଇଛି ରୋଗୀ ସେବା । ଏହି ବିବାଦକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବାପରେ ନର୍ସିଂ କର୍ମଚାରୀ ଆନ୍ଦେଳନକୁ ତୀବ୍ରତର କରିଛନ୍ତି । ରାଜ୍ୟ ନର୍ସିଂ ସମ୍ପାଦିକାଙ୍କ ମତରେ ରାଜ୍ୟ ସରକାର ନର୍ସମାନଙ୍କୁ ଅଣଦେଖା କରୁଛନ୍ତି । ଏସମା ଲଗାଇ ସରକାର ଯେଉଁ ଡ଼ରାଇବା ସେଥିରେ ଆମ ସଂଘର ଯେତିକି କ୍ଷତି ହେବ ତା ଠାରୁ ରୋଗୀସେବା ଅଧିକ ପ୍ରଭାବିତ ହେଉଛି । ଘଟଣାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେଉ । ସବୁ ଦିଗକୁ ନଜର ରଖି ନିଷ୍ପତ୍ତି ନିଆଯାଉ । ଏସମା ଲଗାଇଲେ ଆମେ ଦଣ୍ଡ ଭୋଗିବୁ ହେଲେ ରୋଗୀ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେବେ ବୋଲି ଆଜି ମଧ୍ୟ ଚେତାବନୀ ଦେଇଛନ୍ତି ସଂଘ ସମ୍ପାଦକ । ଏହାବ୍ୟତୀତ ଆଉଟସୋର୍ସିଂ କର୍ମଚାରୀଙ୍କୁ ଧଳା ପୋଷାକ ପିନ୍ଧାଇ ନର୍ସ ଭାବରେ ଡ଼୍ୟୁଟି କରାଇବା ଗ୍ରହଣୀୟ ନୁହେିଁ ବୋଲି କହିଛନ୍ତି ସଂଘ କର୍ମକର୍ତା । ଅନ୍ୟପଟେ ରୋଗୀ ସେବା ସମ୍ପୂଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି ।