ଜାପାନର ଏଲଡ଼ିପି ନିର୍ବାଚନ ଶିଗେରୁ ଇଶିବା ବିଜୟୀ ହୋଇଛନ୍ତି । ଫଳରେ ଫୁମିଓ କିସିଦାଙ୍କ ସ୍ଥାନରେ ସେ ଜାପାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବାକୁ ଯାଉଛନ୍ତି । ଗତ ମାସରେ ଫୁମିଓ କିସିଦା ଇସ୍ତଫା ଦେଇଥିଲେ ।
ଦ୍ବିତୀୟ ରାଉଣ୍ତ ମତଦାନରେ ଶିଗେରୁ ଇଶିବା କଠୋର ଜାତୀୟବାଦୀ ସାନେତକେ ଟାକାଇଚିକୁ ପରାସ୍ତ କରିଛନ୍ତି । ଏହା ଦଶନ୍ଧି ମଧ୍ୟରେ ସବୁଠାରୁ ଅପ୍ରତ୍ୟାଶିତ ନେତୃତ୍ବ ନିର୍ବାଚନ ଭାବରେ ବିବେଚନା କରାଯାଇଛି । ଯେଉଁଥିରେ ରେକର୍ଡ଼ 9 ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବାକୁ ବିଶ୍ବଯୁଦ୍ଧ ପରବର୍ତୀ ସମୟରେ ଜାପାନ ଉପରେ ପ୍ରାୟ ସମଗ୍ର ସମୟ ଶାସନ କରିଥିବା ଏଲଡ଼ିପିର ନେତା ସଂସଦରେ ସଂଖ୍ୟାଗରିଷ୍ଠତା କାରଣରୁ ଏବେ ଜାପାନର ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି ।
ବର୍ତମାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସ୍ଥାନରେ ନୂଆ ନେତା ବାଛିବା ପାଇଁ ପ୍ରତିଦ୍ବନ୍ଦ୍ବିତା ଅଗଷ୍ଟମାସରେ ଆରମ୍ଙ ହୋଇଥିଲା । ଯେତେବେଳେ ସେ ଅନେକ ଦୁର୍ନୀତି କାରଣରୁ ଇସ୍ତଫା ଘୋଷଣା କରିଥିଲେ । ଯାହା ଫଳର ଲିବରାଲ ଡ଼େମୋକ୍ରାଟିକ ପାର୍ଟି ର ଅନୁମୋଦନ ରେଟିଂ ରେକର୍ଡ଼ ନିମ୍ନସ୍ତରକୁ ଖସି ଆସିଥିଲା ।ପ୍ରଧାନମନ୍ତ୍ରୀ ଭାବରେ ଶିଗେରୁ ଇଣିବାଙ୍କୁ ବଢୁଥିବା ଦରଦାମକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ଏବଂ ପୂର୍ବ ଏସିଆରେ ଦେଖାଦେଇଥିବା ଅସ୍ଥିର ସୁରକ୍ଷା ବାତାବରଣର ସମାଧାନ କରିବାକୁ ପଡ଼ିବ ଏବଂ ପୂର୍ବ ଏସିଆରେ ଦେଖାଦେଇଥିବା ଅସ୍ଥିର ସୁରକ୍ଷା ବାତାବରଣର ସମାଧାନ କରିବାକୁ ପଡ଼ିବ । ଯାହାକି ଚୀନର ବଢୁଥିବା ଦୃଢତା ଏବଂ ଉତ୍ତର କୋରିଆର ପରମାଣୁ ଅସ୍ତଶସ୍ତ୍ର ଦ୍ବାରା ଉଗ୍ର ରୂପ ଧାରଣ କରିଛି ।