ରାଜ୍ୟରେ ଅଫିସରମାନେ ସରକାରଙ୍କ ଆଦେଶକୁ ମାନି କାମ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସେବାକୁ ଧ୍ୟାନରେ ରଖି କାର୍ଯ୍ୟ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜନ ପ୍ରତିନିଧିଙ୍କୁ ଉଚିତ ସମ୍ମାନ ଦେବେ ଅଫିସର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ବିକାଶ , ଜିଲ୍ଲାର ବିକାଶ , ଜିଲ୍ଲାପାଳଙ୍କ ହାତରେ ତ୍ୱରାନିତ୍ୱ ହେବ ବିକାଶ। ଆଜି ଏଭଳି କଡ଼ା ଭାଷାରେ ଜିଲ୍ଲାପାଳଙ୍କୁ ତାଗିଦ୍ କରିବା ସହ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ସ୍କୁଲ କାନ୍ଥରେ ରଙ୍ଗ ବୋଳି ଦେଲେ ବିକାଶ ହୁଏନି ବୋଲି କହି ପୂର୍ବ ସରକାରର 5Tଟି ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନର କନଭେନସନ ହଲ୍ରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରି ଏପରି କଡ଼ା କଥା କହିଛନ୍ତି ।
ରାଜ୍ୟରେ ଯେ କୈାଣସି ବିଭାଗରେ ଦୁର୍ନୀତି ନେଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରନ୍ତୁ ଜିଲ୍ଲାପାଳ। ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରନ୍ତୁ, ଯଦି କିଛି ଅନିୟମିତତା ହେଉଛି ଦେଖୁଛନ୍ତି, ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏଥିସହ ପୂର୍ବ ସରକାର ବେଳେ ହୋଇଥିବା ଦୁର୍ନୀତିର ଜିଲ୍ଲାପାଳ ତଦନ୍ତ କରନ୍ତୁ। ଗଣମାଧ୍ୟମ, ସୋଶାଲ ମିଡିଆରେ ଆସୁଥିବା ଅଭିଯୋଗ ବାବଦରେ ଅନୁଧ୍ୟାନ କରିବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ
ଏହି ଅବସରରେ ଜିଲ୍ଲାପାଳମାନେ ଜିଲ୍ଲା ସ୍ତରରେ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଜିଲ୍ଲାସ୍ତରରେ ସାଧାରଣ ଲୋକ ସରକାର କହିଲେ ଜିଲ୍ଲାପାଳ ମାନଙ୍କୁ ବୁଝିଥାନ୍ତି। ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳଙ୍କୁ ବୁଝାଯାଇଥାଏ। ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୋଇଥାଏ।
ଆଜି ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୁଏ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି। ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ହାତରେ। ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ।ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ । ଥାନା ଓ ଶିକ୍ଷାନୁଷ୍ଠାନକୁ ଯିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ କୌଣସି ତ୍ରୁଟିବିଚ୍ୟୁତି ଦେଖିଲେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହି ସମୟରେ ସେ ନିଜ ସହ ଘଟିଥିବା ଏକ ଘଟଣାର ଅବତାରଣା କରିବାକୁ ଭୁଲିନଥିଲେ। ସେ କହିଛନ୍ତି, ପୂର୍ବ ସରକାରରେ ଥାନା ଅଧିକାରୀଙ୍କ ବ୍ୟବହାର ଅତି କଠୋର ଥିଲା। ବିଧାୟକ ଭାବେ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିଲି। ଆଇଆଇସି ଅଭିଯୋଗ ଶୁଣିବା ପୂର୍ବରୁ ଥାନାକୁ ଆସିବାର ଅଧିକାର ନାହିଁ କହିଥିଲେ। ଆମ ଥାନାକୁ କାହିଁକି ଆସିଛ କହି ଆଇଆଇସି ଗେଟ୍ ଆଉଟ୍ କହିଥିଲେ। ମୁଁ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ସମୟରେ ମୋତେ ଗେଟଆଉଟ୍ କହିଥିବା ଆଇଆଇସିଙ୍କୁ ମୁଁ କ୍ଷମା ଦେଇଛି। କାରଣ ମୁଁ ଜାଣିଥିଲି ସେ କାହା ଚାପରେ ଆସି ଏଭଳି କହିଥିଲେ।