ଓଡ଼ିଶା ଉପରେ ସକ୍ରିୟ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ଅନୁଗୁଳ , ଜଗତସିଂହପୁର , ମୟୁରଭଞ୍ଜ , ପୁରୀ , କେନ୍ଦୁଝର , ଢେଙ୍କାନାଳ , କେନ୍ଦ୍ରପଡ଼ା, ସମ୍ବଲପୁର ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଗତକାଲି ସକାଳ ସାଢେ 8 ଟାରୁ ଆଜି ସକାଳ ମଧ୍ୟରେ ଅନୁଗୁଳ ଜିଳ୍ଲା ଚାଳଚେରରେ ସର୍ବାଧିକ 155 ମିମି ବର୍ଷା ହୋଇଛି । ଗଜତସିଂହପୁର ଜିଲ୍ଲାର ବାଲିକୁଦାରେ 105, ଆଳିପିଙ୍ଗଳରେ, 102.4 ଜଗିସିଂହପୁରରେ ,99.1 ମୟୁରଭଞ୍ଜ ଜିଲ୍ଲା ଉଦଳାରେ 94 , କପ୍ତିପଦାରେ 92, ପୁରୀ ଜିଲ୍ଲା ଗୋପରେ 91, କେନ୍ଦୁଝରରେ 89 , ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ 84.4 , କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ 80 ମିମି ବର୍ଷା ହୋଇଥିଲା ।
ଆଜି ସକାଳଠାରୁ ମଧ୍ୟ ବର୍ଷା ଲାଗିରହିଥିଲା । ଯେଉଁଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆଜି ସ୍କୁଲ ଛୁଟି ଘୋଷଣା କରିଥିଲା । ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତାହାକୁ ନଜରର ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ବର୍ଷାର ପ୍ରଭାବ କମିବ। ଅଳ୍ପ କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।