ବିହାରରେ ଜୀବିତପୁତ୍ରିକା ଉତ୍ସବ ବେଳେ ବଡ଼ ଅଘଟଣ ଘଟିଛି । ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ିଯାଇ 37 ଶିଶୁଙ୍କ ସମେତ 43 ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେମାନେ ବିଭିନ୍ନ ନଦୀ ଓ ପୋଖରୀ ପବିତ୍ର ବୁଡ଼ ପକାଉଥିବା ବେଳେ ପାଣିରେ ବୁଡ଼ି ଯାଇଛନ୍ତି । ଜୀବିତପୁତ୍ରିକା ଉତ୍ସବରେ ମହିଳାମାନେ ସେମାନଙ୍କର ପିଲାଙ୍କ ମଙ୍ଗଳ କାମନା କରି ଉପବାସ ରଖନ୍ତି । ଉଭୟ ମା ଏବଂ ସେମାନଙ୍କ ପିଲା ବୁଡ଼ ପକାନ୍ତ । ତେବେ ଏହି ବୁଡ଼ ପକାଇବା ସମୟରେ ରାଜ୍ୟର 15 ଟି ଜିଲ୍ଲାରେ ପୃଥକ ଘଟଣାରେ ବୁଡ଼ି 43 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି ।
ଏହା ସହିତ 3 ଜଣ ନିଖୋଜ ଥିବା ଜଣାପଡ଼ିଛି । ଏଯାବତ 43 ଜଣଙ୍କ ମଢତଦେହ ଉଦ୍ଧାର ହୋଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ 4 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ବିହାରର ପୁର୍ବ ଏବଂ ପଶ୍ଚିମ ଚମ୍ପାରନ , ନାଳନ୍ଦା , ଔରାଙ୍ଗବାଦ , କୈମୁର, ବକ୍ସାର, ସିଓ୍ବାନ , ରାହତସ , ସାରଣ , ପାଟନା, ବୈଶାଳୀ, ମୁଜାଫରପୁର, ସମସ୍ତିପୁର , ଗୋପାଳବଞ୍ଜ ଏବଂ ଅରଓ୍ବଲ ଜିଲ୍ଲାରେ ଗତକାଲି ଏହି ଘଟଣା ଘଟିଛି ।