ନେହେରୁ ବଙ୍ଗଳା ମୁହାଣରେ ଦୁଇଟି ମାଛଧରା ବୋଟ ଫସିଯାଇଛି । ମାଛ ଧରି ଫେରୁଥିବା ବେଳେ ଗୋଟିଏ ବୋଓ ଫସି ଯାଇଥିଲା । ଫସିଥିବା ବୋଟକୁ ଉଦ୍ଧାର କରିବାକୁ ଯାଇ ଆଉ ଗୋଟିଏ ବୋଟ ଫସି ଯାଇଥିଲା । ଦୁଇଟି ବୋଟରେ 14 ମତ୍ସ୍ୟଜୀବୀ ଅଛନ୍ତି । କୋଷ୍ଟଗାର୍ଡ଼ ଓ ମେରାଇନ ପୁଲିସ ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ ଦୁଇଟି ବୋଟ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ମାଛ ଧରିବା ସମୟରେ ହଠାତ ଗୋଟିଏ ବୋଟ ଖରାପ ହୋଇଯାଇଥିଲା ।
ଫସିଥିବା ବୋଟକୁ ଅନ୍ୟ ବୋଟ ଟାଣି ଆଣୁଥିଲା । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ପ୍ରବଳ ଲହଡ଼ି ଯୋଗୁ ଉଦ୍ଧାରକାରୀ ଡ଼ଙ୍ଗାର ରଶି ପଙ୍ଖାରେ ଗୁଡ଼ାଇ ହୋଇଯାଇ ଛିଣ୍ଡି ଯାଇଥିଲା । ଯାହାଫଳରେ ମୁହାଣ ନିକଟରେ ଦୁଇଟି ବୋଟ ଅଟକି ରହିଯାଇଥିଲା ।