Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ କେନ୍ଦ୍ରମନ୍ତ୍ରୀ ଗଛ ଲଗାଇବେ

Ramesh Parida by Ramesh Parida
Sep 26, 2024, 12:50 am GMT+0530
FacebookTwitterWhatsAppTelegram

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି ଆର ପାଟିଲ ଆସନ୍ତାକାଲି ଓଡିଶା ଗସ୍ତରେ ଆସି ଚାଲିଥିବା ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ଅଭିଯାନର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ପରିମଳ, ସ୍ୱଚ୍ଛତା, ଓଡିଏଫ ପ୍ଲସ୍ ମଡେଲ ଘୋଷଣା ଏବଂ ଉନ୍ନତ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ଆକଳନ ଉପରେ ଗୁରୁତ୍ୱ ଦିଆଯିବ ।

ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ କେନ୍ଦ୍ରମନ୍ତ୍ରୀ ଏକ ପେଡ୍ ମା କେ ନାମ ଅଧୀନରେ ଏସଏଚ୍ଏସ୍ ଅଭିଯାନର ଏକ ଅଂଶ ଭାବରେ ବୃକ୍ଷରୋପଣ ଅଭିଯାନରେ ଅଂଶଗ୍ରହଣ କରିବେ। ଉତ୍କଳମଣି ସ୍ମାରକୀ ସଂଗ୍ରହାଳୟ ପରିଦର୍ଶନ କରିବା ପରେ ବିଦ୍ୟାଧରପୁର ଗ୍ରାମ ପରିଦର୍ଶନ କରି ବ୍ୟକ୍ତିଗତ ଘରୋଇ ଶୌଚାଳୟ (ଆଇଏଚ୍ଏଚ୍ଏଲ୍) କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହିତ ଏସବିଏମ୍ (ଜି) ଅଧୀନରେ ସୃଷ୍ଟି ହୋଇଥିବା ବିଭିନ୍ନ ପରିମଳ କାର୍ଯ୍ୟର ଆକଳନ କରିବେ।

ଗ୍ରାମ୍ୟ ଜଳ ଓ ପରିମଳ ସମିତି (ଭିଡବ୍ଲ୍ୟୁଏସସି) ସଦସ୍ୟଙ୍କ ପାଇଁ ବୀରରାମଚନ୍ଦ୍ରପୁର ପଞ୍ଚାୟତଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହେବ ଏବଂ ଏହି ସମୟରେ ଭିଡବ୍ଲ୍ୟୁଏସସି ପ୍ରଶିକ୍ଷଣ ମାନୁଆଲ୍ ର ଶୁଭାରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ଦ୍ୱାରା ଜଳ ପରୀକ୍ଷା ପ୍ରଦର୍ଶନ ଏବଂ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଗ୍ରାମ ପଞ୍ଚାୟତଗୁଡ଼ିକୁ ପୁରସ୍କାର ବିତରଣ କରାଯିବ।

ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଏସବିଏମ୍-ଜି ଅଧୀନରେ ଓଡ଼ିଶାର ଚାଲିଥିବା କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିବେ, ଯେଉଁଠାରେ ୬୫.୮୮% ଗାଁକୁ ଓଡିଏଫ୍ ପ୍ଲସ୍ ମଡେଲ୍ ଗ୍ରାମ ଭାବେ ଘୋଷଣା କରାଯାଇଛି ଏବଂ ୯୧.୩୮% ଗ୍ରାମରେ ବର୍ଜ୍ୟଜଳ ପରିଚାଳନା ବ୍ୟବସ୍ଥା ରହିଛି ଏବଂ ୭୦.୬୯% ଗ୍ରାମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାର ବ୍ୟବସ୍ଥା ରହିଛି। ରାଜ୍ୟରେ ଯଥେଷ୍ଟ ଅଗ୍ରଗତି ହୋଇଥିବା ବେଳେ ଆଗାମୀ ୨୦୨୪ ଡିସେମ୍ବର ସୁଦ୍ଧା ସମସ୍ତ ଗାଁ ପାଇଁ ଓଡିଏଫ୍ ପ୍ଲସ୍ ମଡେଲ୍ ସୁନିଶ୍ଚିତ ହେବ। ମନ୍ତ୍ରୀଙ୍କ ଏହି ଗସ୍ତ ସଡ଼କ ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ବ୍ୟବହାରକୁ ତ୍ୱରାନ୍ୱିତ କରିବା ଏବଂ ପରିମଳ ସମ୍ପତ୍ତିର ଓଆଣ୍ଡଏମରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ସହିତ ଓଡିଏଫର ସ୍ଥାୟୀତ୍ବ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ଜାରି ରହିଥିବା ପ୍ରୟାସକୁ ମଧ୍ୟ ସକ୍ଷମ କରିବ ।

ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକରେ ବ୍ୟାପକ ଅଂଶଗ୍ରହଣ କରୁଥିବା ସ୍ୱଚ୍ଛତା ହିଁ ସେବା (ଏସ୍ଏଚ୍ଏସ୍) ୨୦୨୪ ଅଭିଯାନ ପରିପ୍ରେକ୍ଷୀରେ ଏହି ଗସ୍ତ କରାଯାଇଛି। ଏହି ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ ଏବଂ ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ପାଳନ କରାଯାଉଛି ।

ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ଓଡ଼ିଶା ଏହାର ଗ୍ରାମାଞ୍ଚଳରେ ୨୫,୩୭୬ଟି କାର୍ଯ୍ୟକ୍ରମ, ୨୦୦୩ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ (ସିଟିୟୁ) ଏବଂ ୩୧୪ଟି ସଫେଇମିତ୍ର ସୁରକ୍ଷା ଶିବିରର ଆୟୋଜନ ପାଇଁ ଯୋଜନା କରିଛି। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୦.୭ ଲକ୍ଷ ଲୋକ ଅଂଶଗ୍ରହଣ କରି ୧୧,୭୯୯ଟି କାର୍ଯ୍ୟକ୍ରମ ଶେଷ କରିସାରିଲେଣି। ଏହି ସଂଖ୍ୟା ସ୍ଥାନୀୟ ଗୋଷ୍ଠିମାନଙ୍କୁ ସେମାନଙ୍କ ପରିମଳ ବ୍ୟବସ୍ଥାର ମାଲିକାନା ନେବାରେ ସାମିଲ କରିବା ଏବଂ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ହାସଲ ହୋଇଥିବା ଲାଭକୁ ସୁନିଶ୍ଚିତ କରିବା ପାଇଁ ଚାଲିଥିବା ପ୍ରୟାସକୁ ପ୍ରତିଫଳିତ କରୁଛି ।

୨୦୨୪ ସେପ୍ଟେମ୍ବର ୨୬ତାରିଖରେ ରାଜ୍ୟବ୍ୟାପୀ ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୩୧୪ଟି ବ୍ଲକରେ ଏକ ବୃହତ୍ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହେବ।

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଏହି ଗସ୍ତ ଗ୍ରାମୀଣ ଭାରତରେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚାଇବା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସ୍ଥାୟୀ ବାସ୍ତବତା ରେ ପରିଣତ କରିବା ପାଇଁ ସରକାରଙ୍କ ସଂକଳ୍ପର ପ୍ରମାଣ ।

Tags: BJPnewsodishaswachhata-hi-seva
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.