କିଛି ଦିନ ମଧ୍ୟରେ ବାକି ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ପର୍ୟ୍ୟାୟକ୍ରମେ ୧ କୋଟି ମହିଳାଙ୍କୁ ସୁଭଦ୍ରା ଅର୍ଥରାଶି ମିଳିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନ ୨୫ ଲକ୍ଷ ଲୋକଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଆଉ କିଛି ଦିନ ମଧ୍ୟରେ ପୁଣି ୨୫ ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ପୁଣି ୨୫ ଲକ୍ଷ ଏପରି ଏକ କୋଟି ମହିଳାଙ୍କୁ ସହଯୋଗ କରାଯିବ। ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ସଦସ୍ୟ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ମାନଙ୍କୁ ଶସକ୍ତିରଣ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି । ନବୀନ ବାବୁଙ୍କ ୨୪ ବର୍ଷର ଶାସନ ରାଜ୍ୟକୁ ବିକାଶ ବଦଳରେ ଧ୍ବଂସ କରିଦେଇଥିବା ସେ କହିଛନ୍ତି । ସେପଟେ ପାଖାପାଖି ୯୨ ଲକ୍ଷ ଲୋକ ଆବେଦନ କରିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । । ୨୫ ଲକ୍ଷ ୧୧ ହଜାର ଲୋକଙ୍କୁ ଟଙ୍କା ମିଳିଛି । ସପ୍ତାହେ ଭିତରେ ୧ କୋଟି ଲୋକ ଆବଦେନ କରିପାରନ୍ତି । ଇ-କେୱାଇସି ପାଇଁ ସମୟ ଲାଗୁଛି । କୋଟିଏ ଲୋକଙ୍କ ପାଖେ ଜଲଦି ପଂହଁଚିବୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।